www.samajalive.in
Thursday, December 11, 2025
26.1 C
Bhubaneswar

ନ୍ୟୁଜିଲାଣ୍ଡରେ ବାଂଲାଦେଶର ଐତିହାସିକ ବିଜୟ: ପ୍ରଥମ ଟେଷ୍ଟରେ ବିଶ୍ୱ ଟେଷ୍ଟ ଚମ୍ପିଆନ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଲା

ମାଉଣ୍ଟ ମାଙ୍ଗାନୁଇ: ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶ ଦଳ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ତାହାର ନିଜ ମାଟିରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି । ଏହି ଦୁଇଟିକିଆ ଟେଷ୍ଟ ମ୍ୟାଚ ସିରିଜରେ ବାଂଲାଦେଶ ଦଳ ବିଶ୍ୱ ଟେଷ୍ଟ ଚମ୍ପିଆନ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ପ୍ରଥମ ପାଳିରେ ୩୨୮ ଓ ଦ୍ୱିତୀୟ ପାଳିରେ ୧୬୯ ରନ ସଂଗ୍ରହ କରିଥିବାବେଳେ ବାଂଲାଦେଶ ପ୍ରଥମ ପାଳିରେ ୪୫୮ ଓ ଦ୍ୱିତୀୟ ପାଳିରେ ୪୨ ରନ୍‍ ସଂଗ୍ରହ କରି ଏହି ସଫଳତା ହାସଲ କରିଛି ।
ସୂଚନାଯୋଗ୍ୟ ଯେ ବାଂଲାଦେଶ କ୍ରିକେଟ ଦଳ ୨୦୦୧ରୁ ନ୍ୟୁଜିଲାଣ୍ଡ ଗସ୍ତ କରିଆସୁଛି । ଏହା ମାଉଣ୍ଟ ମାଙ୍ଗାନୁଇ ଟେଷ୍ଟ ପୂର୍ବରୁ ସେଠାରେ ୩୨ଟି ମ୍ୟାଚ ଖେଳି ସମସ୍ତ ମ୍ୟାଚରେ ପରାସ୍ତ ହୋଇଥିଲା । ତେବେ ଏହି ବିଜୟ ସହିତ ବିଶ୍ୱ ଟେଷ୍ଟ ଚମ୍ପିଆନ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚରେ ଜିତିବା ନେଇ ବାଂଲାଦେଶର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ୨୦୧୧ ଜାନୁଆରୀରେ ହାମିଲଟନ ଠାରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ବିଜୟ ହାସଲ କରିଥିବାବେଳେ ତାହା ପରବର୍ତ୍ତୀ ସମୟରେ ନ୍ୟୁଜିଲାଣ୍ଡକୁ ତାହାର ଦେଶରେ ଟେଷ୍ଟ ମ୍ୟାଚରେ ପରାସ୍ତ କରିବାରେ ବାଂଲାଦେଶ ପ୍ରଥମ ଏସୀୟ ରାଷ୍ଟ୍ର ହୋଇଛି । ଦ୍ୱିତୀୟ ଇନିଂସରେ ଇବାଦନ ହୋସେନ୍‍ଙ୍କ ୬ଟି ୱିକେଟ ସଂଗ୍ରହକୁ ପାଥେୟ କରି ଏବଂ ପ୍ରଥମ ଇନିଂସରେ ଦଳର ବ୍ୟାଟସମ୍ୟାନମାନଙ୍କର ସମ୍ମିଳିତ ରନ୍‍ ସଂଗ୍ରହ ପ୍ରୟାସ ବଳରେ ବାଂଲାଦେଶ ଏହି ଟେଷ୍ଟର ଖେଳ ଶେଷଦିନ ପ୍ରଥମ ଅଧିବେଶନରେ ବିଜୟ ହାସଲ କରିଥିଲା । ଦଳର ଏକ ନମ୍ବର ଅଲ୍‍ ରାଉଣ୍ଡର ଶାକିବ ଅଲ୍‍ ହାସନଙ୍କ ଅନୁପସ୍ଥିତି ସତ୍ୱେ ବାଂଲାଦେଶକୁ ଏହି ସଫଳତା ମିଳିଛି ।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories