www.samajalive.in
Monday, December 15, 2025
26.1 C
Bhubaneswar

ବୌଦ୍ଧକୁ ଘାରୁଛି ଓମିକ୍ରନ୍‍ ଭୟ

ବୌଦ୍ଧ: ବୌଦ୍ଧରେ ଜଣେ ବିଦେଶ ଫେରନ୍ତା ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ଜଣେ ବନ୍ଧୁଙ୍କ ଓମିକ୍ରନ ପେଜଟିଭ ରିପୋର୍ଟ ଆସିବାପରେ ବୌଦ୍ଧ ଜିଲ୍ଲାରେ ଓମିକ୍ରନ ସଂକ୍ରମଣ ନେଇ ଭୟର ବାତବାରଣ ଲାଗିରହିଛି । ସଂକ୍ରମିତ ବ୍ୟକ୍ତିଙ୍କ ସହ ମିଳାମିଶା କରିଥିବା ୪୦ ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ଆଉଜଣେ ପଜେଟିଭ ଚିହ୍ନଟ ହେବାପରେ ତାଙ୍କର ନମୁନା ଭୁବନେଶ୍ୱର ପଠାଯାଇଥିବା ଜଣାଯାଇଛି । ତେବେ ଓମିକ୍ରନ ଭୁତାଣୁ ଖୁବଶୀଘ୍ର ସଂକ୍ରମିତ ହେଉଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏନେଇ କୋଭିଡ ନିୟମ ପାଳନ ନକଲେ ଆଗକୁ ପରିସ୍ଥିତି ଅଣାୟତ ହେବାର ମଧ୍ୟ ଆଶଙ୍କା ଦେଖାଦେଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହିତ କୋଭିଡ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଖୁବଶୀଘ୍ର ଜିଲ୍ଲାରେ କୋଭିଡ କେୟାର ଓ ଆଇସୋଲେସନ ସେଣ୍ଟର ଗୁଡିକୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୌଦ୍ଧରେ କୋଭିଡ ନିମୟ କୌଣସି ସ୍ଥାନରେ ପାଳନ କରାଯାଉନଥିବା ବେଳେ, ସାଧାରଣଲୋକଙ୍କ ମଧ୍ୟରେ ସଚେତନତା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ଚିକିତ୍ସାଳୟଗୁଡିକରେ ବିନା ମାସ୍କରେ କୌଣସି ବ୍ୟକ୍ତିବିଶେଷଙ୍କୁ ଭିତରକୁ ନଛାଡିବାକୁ ଏବଂ ସାମାଜିକ ଦୂରତା ନିୟମ ପାଳନ କରାଯିବ ବୋଲି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ସୂଚନା ଦେଇଛନ୍ତି। ଡା.ଦାଶ ଜିଲ୍ଲାରେ କୋଭିଡ ନିୟମ କଡାକଡି ଭାବରେ ପାଳନ କରାଯିବାକୁ ପରାମର୍ଶ ଦେବାସହିତ ଅବହେଳା କଲେ ଆଗକୁ ପରିସ୍ଥିତ ଜଟିଳ ହୋଇପାରେ ବୋଲି ସତର୍କ କରାଇଛନ୍ତି। ଗୋଟିଏପଟେ ଛାତ୍ରଛାତ୍ରୀଙ୍କ ହେବାକୁ ଥିବା ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବାବେଳେ ଆଗକୁ ବିଦ୍ୟାଳୟ ଖୋଲିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫ ରୁ ୧୮ ବର୍ଷ ପର୍ୟ୍ୟନ୍ତ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି। ଦୁଇଦିନ ମଧ୍ୟରେ କେବଳ ବୌଦ୍ଧ ଟାଉନହଲଠାରେ ଚାଲିଥିବା ଟିକାକରଣ କେନ୍ଦ୍ରରେ ୩୬୦ ଜଣଙ୍କୁ ଟୀକାକରଣ କରାଯାଇଥିବା ଜଣାଯାଇଛି। ୫ ତାରିଖଠାରୁ ବ୍ଳକସ୍ତରରେ ମଧ୍ୟ ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ ହେବ ବୋଲି ଏଡିଏମଓ(ଜନସ୍ୱାସ୍ଥ୍ୟ) ବିକେଆରସି ହେମ୍ବ୍ରମ ସୂଚନା ଦେଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories