www.samajalive.in
Monday, December 15, 2025
26.1 C
Bhubaneswar

୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ  : ବୌଦ୍ଧ ପୁଲିସ କଣ୍ଟାମାଳ ବ୍ଲକ ପେନାଜୋର ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରି ବ୍ୟାପକ ସଂଖ୍ୟାରେ ଗଞ୍ଜେଇ ଗଛ ନଷ୍ଟ କରିଛି। ଏସଡିପିଓ ସାଲେଷ୍ଟିନ ଟିଗାଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା। ସଂରକ୍ଷିତ ଜଙ୍ଗଲରେ ୯୧. ୩୫ ଏକର ଅଞ୍ଚଳରେ ହୋଇଥିବା ୧୦୪୦୦ଟି ଗଞ୍ଜେଇ ଗଛ କାଟି ନଷ୍ଟ କରାଯିବା ପରେ ତାକୁ ପୋଡ଼ି ଦିଆଯାଇଛି। ଏହାର ମୂଲ୍ୟ ୨ କୋଟି ୪ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି।

ଏହି ଘଟଣାରେ କାହାକୁ ଗିରଫ କରା ଯାଇନଥିଲେ ମଧ୍ୟ ଜାନିମୁଣ୍ଡା ଗ୍ରାମର କଲତା ସାହୁ(୨୭), ଚନ୍ଦନିଆମୁଣ୍ଡାର ଜୟକୃଷ୍ଣ କର୍ମୀ(୨୬),ସଂକୀର୍ତ୍ତନ ଭୋଇ(୪୦), ଅଖଣ୍ଡ ମହାକୁଡ଼ (୩୬),ରବି କର୍ମୀ (୨୫),ପରଦେଶୀ ବସ୍ତିଆ (୪୦) ଙ୍କ ନାମରେ କଣ୍ଟାମାଳ ଥାନାରେ ମାମଲା ରୁଜୁ କରାଯାଇଛି। ସଂରକ୍ଷିତ ଜଙ୍ଗଲରେ ୯୧ ଏକର ଗଞ୍ଜେଇ ଚାଷ ବନ ବିଭାଗର ଦୃଷ୍ଟିକୁ କିପରି ଆଗରୁ ଆସି ନଥିଲା ବୋଲି ପ୍ରଶ୍ନ ହେଉଛି। ପ୍ରତି ବର୍ଷ ବ୍ୟାପକ ମାତ୍ରାରେ ବେଆଇନ ଗଞ୍ଜେଇ ଚାଷ ଯୋଗୁ ବୌଦ୍ଧ ଜିଲା ରାଜ୍ୟରେ ବଦନାମ ହୋଇ ସାରିଥିବା ବେଳେ ଜିଲାରେ କେତେ ସରକାରୀ ଜମିରେ ବେଆଇନ ଗଂଜେଇ ଚାଷ ହେଉଛି, ଏଥିରେ କେଉଁ କେଉଁ ଅସାଧୁ କର୍ମଚାରୀମାନଙ୍କ ପରୋକ୍ଷ ସଂପୃକ୍ତି ରହୁଛି ତାହା ତଦନ୍ତ କରାଯିବାକୁ ଦାବି ହେଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories