www.samajalive.in
Monday, December 8, 2025
14.1 C
Bhubaneswar

ପଦାରେ ପୂର୍ତ୍ତ ବିଭାଗର ଠିକାଦାର ପ୍ରୀତି, ୩୭.୧୯କୋଟି ଅତିରିକ୍ତ ଖର୍ଚ୍ଚର ରିପୋର୍ଟ ଲୋଡ଼ିଲା ସିଏଜି

ଭୁବନେଶ୍ୱର :ରାସ୍ତା କାର୍ଯ୍ୟବେଳେ ମନଇଚ୍ଛା କାର୍ଯ୍ୟ କରିବା ଏବଂ ଟେଣ୍ଡରଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିବା ସହିତ ଠିକାଦାର ପ୍ରୀତି ଏବେ ପୂର୍ତ୍ତ ବିଭାଗ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ବିଭାଗ ପକ୍ଷରୁ ବିନା ୱାରେଣ୍ଟିରେ ରାସ୍ତା ଚଉଡା କରିବା ଯୋଗୁଁ ସରକାରଙ୍କ ଉପରେ ୩୭.୧୯କୋଟି ଟଙ୍କା ଅତିରିକ୍ତ ବ୍ୟୟଭାର ପଡ଼ିଛି। ତେବେ ଏତେ ସବୁ ଅନିୟମିତତା କାହା ସ୍ୱାର୍ଥରେ ଏବଂ କେଉଁ ପରିପ୍ରେକ୍ଷୀରେ ହୋଇଛି ବୋଲି ସିଏଜିଙ୍କ ପକ୍ଷରୁ ପୂର୍ତ୍ତ ବିଭାଗକୁ ପ୍ରଶ୍ନ କରାଯାଇଛି। ଏହି ଅନିୟମିତତା ନେଇ ଯଦି ବିଭାଗ ସ୍ପଷ୍ଟ ଉତ୍ତର ନଦେଲା ତେବେ ୨୦୧୯-୨୦ବର୍ଷ ଲାଗି ଡ୍ରାଫ୍ଟ ଚାର୍ଜ କରାଯିବ ବୋଲି ସିଏଜି ପକ୍ଷରୁ ପୂର୍ତ୍ତବିଭାଗ ସଚିବ ଡ.କ୍ରିଷନ କୁମାରଙ୍କୁ ଚେତାଇ ଦିଆଯାଇଛି। ଏହାକୁ ନେଇ ବିଭାଗୀୟ ସଚିବ ତତ୍ପରତା ଦେଖାଇଛନ୍ତି। କିଭଳି ଏହି ବ୍ୟତିକ୍ରମ ହେଲା ଏବଂ ଏଥିପାଇଁ କିଏସବୁ ଦାୟୀ ସେନେଇ ଏବେ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ମୁଖ୍ୟଯନ୍ତ୍ରୀ(ରାସ୍ତା)ଙ୍କଠାରୁ ଏନେଇ ସ୍ପଷ୍ଟୀକରଣ ଲୋଡା ଯାଇଛି।

ସିଏଜିଙ୍କ ପକ୍ଷରୁ ବିଭାଗକୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଗୋପାଳପୁରରୁ ଛତିଶଗଡ ସୀମା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା ସହିତ ବାରିପଦାର ବାମନଘାଟି ରାସ୍ତା, ଗୋଡାବନ୍ଧ-କଳାଣ୍ଡା ରାସ୍ତା ଏବଂ କୋମଟାଲପେଟା-କଲ୍ୟାଣସିଂହପୁର ରାସ୍ତାର ଉଭୟ ପାର୍ଶ୍ବ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ରାସ୍ତାର ଉଭୟ ପାଶ୍ୱର୍ରେ ଯେଉଁ ପ୍ରଶସ୍ତିକରଣ କରାଯାଇଛି ତାହା ବ୍ୟୟ ଅଟକଳରେ ନଥିଲା। ଏହାସହିତ ଏହି ରାସ୍ତାର ଅନୱାରେଣ୍ଟି ଭାବେ ନିର୍ମାଣ ହୋଇଥିବାବେଳେ ଏ ବାବଦକୁ ୩୭.୧୯କୋଟି ଟଙ୍କା ଅଯଥା ଖର୍ଚ୍ଚ ହୋଇଛି। ସବୁଠାରୁ ବଡ଼କଥା ହେଲା ଉକ୍ତ ରାସ୍ତାପାଇଁ ଯାହା ବ୍ୟୟ ଅଟକଳ କରାଯାଇଥିଲା ତା’ଠାରୁ ଏକାଥରକେ ୮ପ୍ରତିଶତ ଅଧିକ ବ୍ୟୟ ହୋଇଛି।

- Advertisement -

ସେହିପରି ଠିକାଦାରକୁ ଅଧିକ ୧୦ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଥିବାବେଳେ ୧୫ପ୍ରତିଶତ ଏସଓଡ଼ି ବାବଦକୁ ଖର୍ଚ୍ଚ ହୋଇଛି। ଏହି ବାବଦକୁ ୮କୋଟିରୁ ଊର୍ଦ୍ଧ୍ବ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଛି। ଏହି ଖର୍ଚ୍ଚର ପୂର୍ଣ୍ଣାଙ୍ଗ ରିପୋର୍ଟ ୪ସପ୍ତାହ ମଧ୍ୟରେ ଦେବାକୁ ସିଏଜିଙ୍କ ପକ୍ଷରୁ କୁହାଯାଇଛି। ଯଦି ଏହି ସମୟ ମଧ୍ୟରେ ବିଭାଗ ଉକ୍ତ ରିପୋର୍ଟର କମ୍ପ୍ଲାଏନସ ନକରେ ତେବେ ସିଏଜି ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ୨୦୧୯-୨୦ବର୍ଷର ରିପୋର୍ଟରେ ଏହା ଦର୍ଶାଯିବ ବୋଲି କୁହାଯାଇଛି।

ଏହାକୁ ନେଇ ବିଭାଗ ପକ୍ଷରୁ ଅର୍ଥନେଅତିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ମୁଖ୍ୟଯନ୍ତ୍ରୀ(ରାସ୍ତା)ଙ୍କଠାରୁ ତ୍ୱରିତ ରିପୋର୍ଟ ଲୋଡ଼ିଛନ୍ତି। କେଉଁ ପରିପ୍ରେକ୍ଷୀରେ ଉକ୍ତ ରାସ୍ତା ନିର୍ମାଣ ବେଳେ ଅତିରିକ୍ତ ବ୍ୟୟ ହେଲା ଏବଂ ଏଥିପାଇଁ ବିଭାଗର ଅନୁମତି ଅଛି କି ନାହିଁ ତାହାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories