www.samajalive.in
Wednesday, December 10, 2025
18.1 C
Bhubaneswar

ସନ୍ତୋଷିନୀ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ : ଅନୈତିକ ସମ୍ପର୍କରୁ ହତ୍ୟା, ପ୍ରେମିକ ଗିରଫ

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକ ବୀରାମଚନ୍ଦ୍ରପୁର ଗ୍ରାମର ଅଷ୍ଟମୀ ଜେନାଙ୍କ ପତ୍ନୀ ସନ୍ତୋଷିନୀ ଜେନା (୩୫)ଙ୍କ ମୃତ୍ୟୁ ରହସ୍ୟର ପର୍ଦାଫାସ ହୋଇଛି। ଅନୈତିକ ପ୍ରେମ ସମ୍ପର୍କ ତିକ୍ତତାରେ ରୂପାନ୍ତରିତ ହେବା ପରେ ପ୍ରେମିକ ହିଁ ତାଙ୍କ ହତ୍ୟାର କାରଣ ସାଜିଥିଲା ବୋଲି ଜଣାପଡ଼ିଛି। ପୁଲିସ ହତ୍ୟା ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି।

ଗଲା ୧ ତାରିଖରେ ଗାଁ ପାଖ କେନାଲ ହିଡ଼ରୁ ସନ୍ତୋଷିନୀଙ୍କ ମୃତଦେହ ମିଳିଥିଲା। କେନାଲ ହିଡ଼ରେ ପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ୁଥିଲେ ମଧ୍ୟ ତାଙ୍କ ସମ୍ପର୍କୀୟ ଭାଇ ପ୍ରଦୀପ (ଚାରିଛକ) ଏହା ଏକ ହତ୍ୟାକାଣ୍ଡ ବୋଲି ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ବୌଦ୍ଧ ପୁଲିସ ଏକ ହତ୍ୟା ମାମଲା (୨୭୭/୨୦) ରୁଜୁ କରି ସେହି ଦିଗରେ ତଦନ୍ତକୁ ତ୍ବରାନ୍ବିତ କରିଥିଲା। ପୁଲିସ ତଦନ୍ତ କ୍ରମରେ ଅନେକ ଲୋକଙ୍କୁ ଥାନାକୁ ଆଣି ପଚରାଉଚୁରା କଲା ବେଳେ ମହିଳାଙ୍କ ମୃତ୍ୟୁ ପଛରେ ଅନୈତିକ ପ୍ରେମସମ୍ପର୍କର ଖିଅ ପାଇଥିଲା। ଦୀର୍ଘ ୫ ଦିନ ପରେ ପୁଲିସ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରି ତାଙ୍କ ପ୍ରେମିକକୁ ଗିରଫ କରିଛି।

- Advertisement -

ଏସଡିପିଓ ସାଲେଷ୍ଟିନ ଟିଗା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ବୀରାମଚନ୍ଦ୍ରପୁର ଗ୍ରାମର ଜଗା ଓରଫ ଯୋଗେଶ୍ୱର ବେହେରା (୨୮) ନାମକ ଜଣେ ଯୁବକ ସହ ସେହି ଗ୍ରାମର ସନ୍ତୋଷିନୀଙ୍କ ୫/୬ ବର୍ଷ ତଳୁ ପ୍ରେମ ସମ୍ପର୍କ ଥିଲା। ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କରୁ ସନ୍ତୋଷିନୀ ଏହି ୫ ବର୍ଷରେ ୨/୩ ଥର ଗର୍ଭବତୀ ହୋଇଥିଲେ। କିନ୍ତୁ ଯୋଗେଶ୍ବର ଔଷଧ ଖୁଆଇ ତାଙ୍କ ଗର୍ଭ ନଷ୍ଟ କରି ଦେଉଥିଲା। ଅଭିଯୁକ୍ତ ଯୋଗେଶ୍ୱର ୨/୩ ମାସ ତଳେ ବାହା ହୋଇଥିଲା। ଘରେ ନବ ବିବାହିତା ପତ୍ନୀ ଥାଉ ଥାଉ ୩ ସନ୍ତାନର ମାଁ ସନ୍ତୋଷିନୀଙ୍କ ସହ ଶାରୀରିକ ସମ୍ପର୍କ ଜାରି ରଖିଥିଲା। ନିକଟରେ ସନ୍ତୋଷିନୀ ଆଉ ଥରେ ଗର୍ଭବତୀ ହୋଇଥିଲେ। ଯୋଗେଶ୍ୱର ଗର୍ଭନଷ୍ଟ କରିବାକୁ ତାଙ୍କୁ ପୁଣି ଔଷଧ ଦେଇଥିଲା। କିନ୍ତୁ ଏଥର ଔଷଧ କାମ କରି ନଥିଲା। ଗର୍ଭ ନଷ୍ଟ ନ ହୋଇ ରହିଯିବାରୁ ସନ୍ତୋଷିନୀ ସ୍ବାମୀଙ୍କୁ ଛାଡ଼ି ଯୋଗେଶ୍ୱର ସହ ରହିବାକୁ ଜିଦ ଧରିଥିଲେ।

ସନ୍ତୋଷିନୀଙ୍କ ଜିଦରେ ବିପଦ ଥିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଗେଶ୍ବର ଯୋଜନା କରିଥିଲା। ଗତ ୧ ତାରିଖ ସକାଳେ ସନ୍ତୋଷିନୀ ଶୌଚ କରିବାକୁ ଗାଁ ମୁଣ୍ଡ କେନାଲକୁ ଆସିଥିବା ବେଳେ ପୂର୍ବରୁ ସେଠାରେ ଛକିଥିବା ଯୋଗେଶ୍ୱର ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ସେ ପଛପଟୁ ଧକ୍କା ଦେବାରୁ ସନ୍ତୋଷିନୀଙ୍କ ମୁଣ୍ଡ କେନାଲ ପାର୍ଶ୍ବ ସିମେଣ୍ଟ କାନ୍ଥରେ ପିଟି ହୋଇ ଯାଇଥିଲା। ଯୋଗେଶ୍ୱର ସନ୍ତୋଷିନୀଙ୍କ ଚୁଟିକୁ ଧରି କେନାଲର ସିମେଣ୍ଟ କାନ୍ଥରେ ଛେଚି ଦେଇଥିଲା। ସନ୍ତୋଷିନୀ ସେଠାରେ ସଂଜ୍ଞାହୀନ ହୋଇ ପଡ଼ିଯିବାରେ ଯୋଗେଶ୍ବର ତାଙ୍କ ତଣ୍ଟି ଚିପି ମାରି ଦେଇଥିଲା। ପୁଲିସ ୫ ଦିନର ତଦନ୍ତ ପରେ ଯୋଗେଶ୍ୱରକୁ ଗିରଫ କରିଛି। ବୌଦ୍ଧ ଥାନା ଏସଆଇ ପରୁଷୋତ୍ତମ ସ୍ୱାଇଁ ଓ ମମତା ହେମ୍ବ୍ରମ ଏହି ହତ୍ୟାକାଣ୍ଡର ତଦନ୍ତ କରିଥିଲେ।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories