www.samajalive.in
Saturday, December 6, 2025
26.1 C
Bhubaneswar

ପାଞ୍ଚ ବିଜୁଳି ଠିକା କର୍ମଚାରୀଙ୍କୁ ବହିଷ୍କୃତ ପ୍ରତିବାଦରେ ଧାରଣା

ବୌଦ୍ଧ: ବୌଦ୍ଧଜିଲା ମନମୁଣ୍ଡା ବିଦ୍ୟୁତ ଉପଖଣ୍ଡ ଅଧିନରେ କାର୍ଯ୍ୟ କରୁଥିବା ୫ ଜଣ ଠିକା କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ କର୍ମଚାରୀ ସଂଘର ବୌଦ୍ଧଜିଲା ଶାଖା ପକ୍ଷରୁ ପୁନଃ ନିଯୁକ୍ତି ଦାବୀରେ ମଙ୍ଗଳବାର ଦିନ ବୌଦ୍ଧ ବିଦ୍ୟୁତ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ସମ୍ପାଦକ ପ୍ରତାପ କୁମାର ପ୍ରଧାନ, ଉପଦେଷ୍ଟା ଅବକାଶ ସାହୁ ଓ ସଂଗଠନ ସମ୍ପାଦକ ଗୁପ୍ତେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟରତ ଶ୍ରମିକ ମାନେ ଧାରଣାରେ ବସିଥିଲେ। ବୌଦ୍ଧ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଧରଣାରତ ଶ୍ରମିକ ମାନଙ୍କୁ ଛଟେଇ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହି ଧାରଣାରେ ବ୍ରହ୍ମାନନ୍ଦ ମହାନ୍ତୀ, ଗଦାଧର ବେହେରା, ସୀତାଂଶୁ ବେହେରା, ପୁରୁଷୋତ୍ତ ଭଞ୍ଜଙ୍କ ସମତେ ବହୁ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories