www.samajalive.in
Sunday, December 14, 2025
23.1 C
Bhubaneswar

ଛାତ୍ର ବିଜେଡି ବୈଠକ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ସାଂଗଠନିକ ସଜବାଜ

ବୌଦ୍ଧ: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁ ରାଜନୈତିକ ଦଳ ପକ୍ଷରୁ ସାଂଗଠନିକ ସଜବାଜ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷିରେ ବୌଦ୍ଧଜିଲା ଛାତ୍ର ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗିରାସିଙ୍ଗା ଶ୍ରୀଜଗନ୍ନାଥ ପ୍ରକଳ୍ପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଛାତ୍ରବିଜେଡି ସଭାପତି ସଂଗ୍ରାମ କେଶରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ବୈଠକରେ ମୁଖ୍ୟଅତିଥି ଭାବରେ ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଂଜୟ ମିଶ୍ର ଯୋଗଦେଇ ଯେକୌଣସି ରାଜନୈତିକ ଦଳ ପାଇଁ ଛାତ୍ରଶକ୍ତି ହେଉଛି ସବୁଠାରୁ ଅଧିକ ଗୁରୁତ୍ୱପୁର୍ଣ୍ଣ, ତେଣୁ ଛାତ୍ରବିଜେଡି ସଂଗଠନକୁ ମଜଭୁତ କରି ଅଞ୍ଚଳର ବିକାଶରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ପର୍ଯ୍ୟବେକ୍ଷକ ଭାବରେ ଶତ୍ରୁଘ୍ନ ମହାନନ୍ଦିଆ ଯୋଗଦେଇ ଦଳପ୍ରତି ସମର୍ପିତ ହୋଇ ଜିଲାରେ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଏବଂ ଅଧିକରୁ ଅଧିକ ସଦସ୍ୟଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଜିଲା ଯୁବ ବିଜେଡିର ସଂପାଦକ ପ୍ରତାପ ପାଢି ଯୋଗଦେଇ ଛାତ୍ରବିଜେଡିର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଜିଲା ସଭାପତି ଶ୍ରୀଦାସ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ସହଯୋଗରେ ଆଗାମୀ ଦିନରେ ଛାତ୍ରବିଜେଡି ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟାରେ ଛାତ୍ରବିଜେଡିର ସଦସ୍ୟ ଯୋଗ ଦେଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories