ନବରଙ୍ଗପୁର: ନବରଙ୍ଗପୁର ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଗଷ୍ଟ ୧୦ ତାରିଖରେ ସମଗ୍ର ରାଜ୍ୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ତରଫରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ର ଅନୁଯାୟୀ ଭାରତର ସମ୍ଭିଧାନର ଅନୁସୂଚିତ ଜାତି ବର୍ଗର ଅଧିକାରକୁ ବିଚ୍ୟୁତ କରାଯାଇଛି। ୧୯୫୦ ମସିହା ଯାହା ସମ୍ଭିଧାନର ଧାରା 3 ରେ ଯୋଗକୁ ଲିଭାଯାଇଛି ତାହା ଭାରତୀୟ ଦଳିତ ଖ୍ରୀଷ୍ଟିଆନମାନଙ୍କ ସମ୍ଭିଧାନିକ ମୌଳିକ ଅଧିକାର କ୍ଷୁର୍ଣ ହୋଇଛି। ଏହି ଦେଶର ମୂଳ ଜାତି ହୋଇ ମଧ୍ୟ ଜାତିଭିତ୍ତିକ ସଂରକ୍ଷଣ ବାଦ ଦିଆଯାଇଛି, ଅନ୍ୟପଟେ ଭାରତର ଯେ କୌଣସି ଜାତିର ଲୋକ ଯେ କୌଣସି ଧର୍ମ ଗ୍ରହଣ କରେ ବା ଖ୍ରୀଷ୍ଟାଧର୍ମ ଗ୍ରହଣ କଲେ ସଂରକ୍ଷଣ ମିଳେ ନାହିଁ। ତେଣୁ ଏହା ସମ୍ପୂର୍ଣ ଦଳିତ ଖ୍ରୀଷ୍ଟିଆନମାନଙ୍କ ପ୍ରତି ପକ୍ଷପାତ ଓ ଭେଦଭାବ। ସଂଗଠନ ସଭାପତି ଡ଼ ବିକ୍ରମ କୁମାର ନାଗଙ୍କ ନେତୃତ୍ୱରେ ପଙ୍କଜ ସିପା, ପ୍ରଦୀପ ନନ୍ଦ, ସାମୁଏଲ ଲିପା, ଖ୍ରୀଷ୍ଟଦାନ ନାଗ, ଗ୍ରାବଇଲ ସେନାପତି, ମହେନ୍ଦ୍ର ନାଗ, ସଂଜୀବ ଜାନି, ସୁକାନ୍ତ ନାଗ ପ୍ରମୁଖ ଉପସ୍ଥିତ ଥିଲେ।



