www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ପରିଚାଳନା କମିଟି ବୈଠକ

ବୌଦ୍ଧ  : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ପରିଚାଳନା କମିଟି ବୈଠକ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷ୍ୟା ସୁଜାତ ରଥ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବିଦ୍ୟାଳୟର ଦ୍ୱାଦଶ ପରୀକ୍ଷାରେ ଶତପ୍ରତିଶତ ଛାତ୍ର ଛାତ୍ରୀ ପାଶ କରିଥିବା ସୁଚନା ଦେଇଥିଲେ । ବୈଠକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିବା, ସିବିଏସଇ ବୋର୍ଡ ପରୀକ୍ଷା ବନ୍ଦ ରହିବା, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରତିଦିନ ୨ ଘଣ୍ଟିଆ ଅନଲାଇନ କ୍ଳାସ ଓ ଅଫଲାଇନ ଶିକ୍ଷା ପାଇଁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲା ମୁଖ୍ୟ ଚିକିସôାଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏଥିସହିତ ବିଦ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର, ଅଭିଭାବକ ମାନଙ୍କ ପାଇଁ ବିଶ୍ରାମସ୍ଥଳ ନିର୍ମାଣ, ବିଦ୍ୟାଳୟ ବାହାରେ ଡଷ୍ଟବିନର ବ୍ୟବସ୍ଥା ଓ ବିଦ୍ୟାଳୟ ସାମନାକୁ ପରିଷ୍କାର କରିବା ପାଇଁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଅନୁରୋଧ କରାଯାଇଥିଲା । ଏହାସହ ବିଦ୍ୟାଳୟରେ ଥିବା ପମ୍ପ ହାଉସ ନିକଟରେ ବଡ ଗେଟ ନିର୍ମାଣ, ବିଦ୍ୟାଳୟ ସମ୍ମୁଖରେ ସ୍ପିଡବ୍ରେକର ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିଲା । ଅଭିଭାବକ ସଦସ୍ୟା ଶିକ୍ଷୟତ୍ରୀ ଅନୁସୟା ପାଣିଗ୍ରାହୀ ଅନଲାଇନ କ୍ଳାସ ହେଉଥିବାରୁ ମୋବାଇଲ ଦ୍ୱାରା ପିଲାଙ୍କ ଆଖି ଖରାପ ହେଉଅଛି, ଏଣୁ ଅଫଲାଇନ କ୍ଳାସ କରାଯିବାକୁ ପ୍ରସ୍ତାବ ଦେଇଥିଲେ । ବୈଠକରେ ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟର ଅଧକ୍ଷ୍ୟା ଜୋଲି ଟୋମି , ଜିଲା ସୁଚନା ଲୋକସଂପର୍କ ଅଧିକାରୀ ରୀତିକାନ୍ତି ବଳିଆରସିଂ, ଡା, ମଦନମାହନ ପ୍ରଧାନ, ପୋଷ୍ଟମାଷ୍ଟର ଅମରେନ୍ଦ୍ର ଦଳବେହେରା, ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories