nua o banner

ବୌଦ୍ଧା ଜିଲା: ବର୍ଷକରେ ୧୧ ହଜାର କୁଇଣ୍ଟାଲ ଗଞ୍ଜେଇ ଜବତ, ୪୧ ଜଣ ଅଭିଯୁକ୍ତଙ୍କୁ ଗିରଫ

ବୌଦ୍ଧ ରାଜନିତୀକୁ ପ୍ରଭାବିତ କରୁଛି ବେଆଇନ ଗଞ୍ଜେଇ ଚାଷ

BSKY banner  750×100

ବୌଦ୍ଧ : ବୌଦ୍ଧଜିଲା ବେଆଇନ ଗଞ୍ଜେଇ ଚାଷକୁ ନେଇ ରାଜ୍ୟରେ ଯେତେ ବଦନାମ ହେବାରେ ଲାଗିଛି ଜିଲାରେ ଅପରାଧିକ କାର୍ଯ୍ୟକଳାପ ସେତେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଛୋଟ ଜିଲାରେ ବେଆଇନ ନିଶା କାରବାର ଠାରୁ ଆରମ୍ଭ କରି ଜୁଆ ଚୋର,ବାଲି ମାଫିଆ,ପଥର ମାଫିଆ ଓ କାଠ ମାଫିଆ ଏଠି ରାଜୁତି କରୁଛନ୍ତି। ଆଗକୁ ସାଧାରଣ ନିର୍ବାଚନ। ପଞ୍ଚାୟତ ନିର୍ବାଚନ ହେଉକି ସାଧାରଣ ନିର୍ବାଚନ ଗଞ୍ଜେଇ ଟଙ୍କା ଖର୍ଚ୍ଚ ହେବା ଏଠାରେ ଏକ ସାଧାରଣ ଘଟଣା। ନିଜ ପସନ୍ଦର ନେତା ବସାଇବାକୁ ଗଞ୍ଜେଇ ମାଫିଆମାନେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରୁଥିବା ଆଲୋଚନା ହେଉଅଛି। ଏଥିରେ ପୁଲିସ ମଧ୍ୟ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଫଳରେ ଅନାୟାସରେ ଜିଲାରେ ଏହି ବେଆଇନ ବ୍ୟବସାୟର ଚେର ମାଡିବାରେ ଲାଗିଛି।

ରାଜନିତିକୁ ଗଞ୍ଜେଇ ଟଙ୍କା ପ୍ରଭାବିତ କରୁଥିବାରୁ ଏହାଦ୍ୱାରା ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୋଟିଏ ପଟେ ଆଭ୍ୟନ୍ତରୀଣ ଜଙ୍ଗଲରେ ମାଓବାଦୀ ଗତିବିଧି ବୃଦ୍ଧି ପାଇଚାଲିଥିବାବେଳେ ଅନ୍ୟପଟେ ଜିଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏକପ୍ରକାର ସ୍ଥାଣୁ ପାଲଟିଛି। ଜିଲାରେ ପ୍ରତି ବର୍ଷ ଶହ ଶହ ଏକର ଜାଗାରେ ଗଞ୍ଜେଇ ଚାଷ କରାଯାଉଛି। ପ୍ରତି ବର୍ଷ ସରକାରଙ୍କ ନିର୍ଦେଶରେ ଜିଲା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ନାମକୁ ମାତ୍ର ଚଢାଉ କରି ଶହ ଶହ ଏକର ଜାଗାରେ ହୋଇଥିବା ଲକ୍ଷ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଉଥିବାର ଦର୍ଶାଯାଉଛି।

ବାସ୍ତବରେ ଜିଲାରୁ ଗଞ୍ଜେଇ ଚାଷ କମୁନାହିଁ। ଜିଲାରେ ପ୍ରତିବର୍ଷ କିପରି ଅଧିକ ଗଞ୍ଜେଇ ଅମଳ ହେବ ସେଥିପାଇଁ ଗଞ୍ଜେଇ ଚାଷୀମାନେ ଉନ୍ନତ ପ୍ରଣାଳୀରେ ଗଞ୍ଜେଇ ଚାଷ କରୁଛନ୍ତି। ବିଶେଷ ଭାବରେ ଜିଲାର ଆଭ୍ୟନ୍ତରୀଣ ଓ ଉପାନ୍ତ ଅଞ୍ଚଳ ଗୁଡିକରେ ଥିବା ଜଙ୍ଗଲ ଜମି ଉପରେ ଗଞ୍ଜେଇ ଚାଷ କରାଯାଉଛି। ଗଞ୍ଜେଇ ଗଛକୁ ଯେପରି ପର୍ଯ୍ୟାପ୍ତ ପରିମାଣର ପାଣି ମିଳିପାରିବ ସେଥିପାଇଁ ନାଳ ଓ ନଦୀ କଡରେ ମଧ୍ୟ ଚାଷ କରାଯାଉଛି।

ଏପରିକି ମୋଟର ସାହାଯ୍ୟରେ ଗଂଜେଇ କିଆରିକୁ ପାଣି ମଡାଯାଉଛି। ଗଞ୍ଜେଇ ଚାଷରେ ପ୍ରୟୋଗ ପାଇଁ ସହରରେ ମିଳୁନଥିବା କୀଟନାଶକ ଓ ହରମୋନ ଗ୍ରାମାଞ୍ଚଳରେ ଦୋକାନ ଗୁଡିକରେ ମିଳୁଅଛି। ବିଭିନ୍ନ ସ୍ଥାନରେ ମଞ୍ଚା କରି ଗଞ୍ଜେଇ କିଆରି ଉପରେ ନଜର ରଖାଯାଉଛି। ଜିଲା ବାହାରୁ ଆସି ମାଫିଆମାନେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗଂଜେଇ ଚାଷ କରୁଛନ୍ତି। ଅଧିକ ଜାଗାରେ ଗଞ୍ଜେଇ ଚାଷ କିପରି ହେବ ଓ ସେଗୁଡିକୁ କିପରି ବାହାରକୁ ଚଲାଣ କରାଯିବ ସେଥିପାଇଁ ସ୍ଥାନୀୟ ବେକାର ଯୁବକମାନଙ୍କୁ ନିୟୋଜିତ କରାଯାଉଛି।

ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ଯୁବ ପିଢୀ ଗଞ୍ଜେଇ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଜିଲାରୁ ଗଞ୍ଜେଇ ଚାଷକୁ ନିପାତ କରିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଧରପଗଡ କରାଯିବା ସହିତ ଦୀର୍ଘଦିନ ପର୍ଯ୍ୟନ୍ତ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଯେତେପରିମାଣରେ ଗଂଜେଇ ଗଛ ନଷ୍ଟ କରାଯିବା ନେଇ ବିଭାଗ ପକ୍ଷରୁ କୁହାଯାଉଛି, ତାହା କେବଳ କାଗଜ କଲମ ମଧ୍ୟରେ ସୀମିତ ହୋଇ ରହିଯାଉଛି।

କେବଳ ପ୍ରତିବର୍ଷ ବିଭାଗ ପକ୍ଷରୁ ଧର୍ମକୁ ଆଖି ଠାର ସଦୃଶ୍ୟ ଚଢାଉ କରାଯାଇ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ପୁଲିସ ଓ ଅବକାରୀ ବିଭାଗର ଅନେକ କର୍ମଚାରୀଙ୍କ ଗଂଜେଇ ମାଫିଆଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସଂପର୍କ ରହିଥିବାର ଅଭିଯୋଗ ହେଉଛି। ଯାହାଫଳରେ ଗଞ୍ଜେଇ ମାଫିଆମାନେ ଜିଲାରେ ନିର୍ଭୟରେ ଗଂଜେଇ ଚାଷ କରି ବାହାରକୁ ଚାଲାଣ କରିବାରେ ସଫଳ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ ଜିଲାରେ ଏପର୍ଯ୍ୟନ୍ତ ୧୧ ହଜାର କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବାବେଳେ ୪୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଯାଇଛି। ଯେତେ ପର୍ଯ୍ୟନ୍ତ ପୁଲିସ ଓ ଅବକାରୀ ବିଭାଗ ଆନ୍ତରିକତାର ସହିତ ଏହି ଚାଷକୁ ବନ୍ଦ କରିବା ପାଇଁ ଉଦ୍ୟମ ଆରମ୍ଭ ନ କରିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଜିଲାରେ ଏହି ବେଆଇନ ଗଂଜେଇ ଚାଷ ବନ୍ଦ ହେବା ସମ୍ଭବ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି।

ବୌଦ୍ଧଜିଲ୍ଲାରେ ୧୯୬୦ଶହ ହେକ୍ଟର ଚାଷ ଜମିରେ ରବିଧାନ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି(ଫଟୋ)
ବୌଦ୍ଧ,୧୩ା୪(ନିପ୍ର) : ବୌଦ୍ଧ ଏକ କୃିଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ଅଶି ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଶିଳ୍ପ ବିହିନ ଏହି ଜିଲ୍ଲାରେ ଚାଷୀ ଧାନ ଚାଷ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ ଚାଷ କରି କରି ଦି ପଇସା ରୋଜଗାର କରି ପରିବାର ପ୍ରତିପଷୋଣ କରିଥାନ୍ତି। ହେଲେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଜଳ ସଂପଦ ଭରି ରହିଥିଲେ ମଧ୍ୟ ତାହାର ସୁବିନିଯୋଗ ହୋଇପାରୁନାହିଁ। ଜିଲ୍ଲାରେ ମହାନଦୀ, ବାଘନଦୀ, ସାଲୁଙ୍କି, ତେଲନଦୀ ଭଳି ଓଡିଶାର ପ୍ରମୁଖ ଚିରସ୍ରୋତା ନଦୀମାନ ବୋହି ଯାଇଥିଲେ ମଧ୍ୟ ଏହାର ଜଳକୁ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଭାବରେ ବ୍ୟବହାର କରାଯାଇ ପାରୁନାହିଁ। ଯାହାଫଳରେ ଜିଲ୍ଲାର ଚାଷୀମାନେ ଖରିଫ ଚାଷ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବାବେଳେ ରବି ଚାଷ ପାଇଁ ଜଳ ସେଚନର ସୁବିଧା ନ ଥିବାରୁ ଚାଷୀ ରବି ଧାନ ଚାଷ କରିବାରୁ ବଂଚିତ ହେଉଛନ୍ତି।

ଜମିକୁ ଜଳ ଅଭାବରୁ ରବିରେ ଚାଷୀ ହାତବାନ୍ଧି ବସିରହୁଛି। ଜିଲ୍ଲାର ଭୈାଗଳିକ ସ୍ଥିତିକୁ ଦେଖିଲେ ଜିଲ୍ଲାରେ ୩ଲକ୍ଷ ୫୮ ହଜାର ୨୯୨ ହେକ୍ଟର ଜମି ରହିଛି। ସେଥିମଧ୍ୟରୁ ଅଧିକାଂଶ ଜମିରେ ପାହଡ ପର୍ବତ ଭରି ରହିଛି। ସେଥିମଧ୍ୟରୁ ୮୫ ହଜାର ୧୮୦ ହେକ୍ଟର ଜମିରେ ଚାଷ କରାଯାଇଥାଏ। ଚଳିତ ବର୍ଷ ଜିଲ୍ଲାରେ ୧୯୬୦ ହେକ୍ଟର ଚାଷ ଜମିରେ ରବି ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ବୌଦ୍ଧବ୍ଲକରେ ୩୦୦ ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ହରଭଙ୍ଗା ବ୍ଲକରେ ୨୮୦ ଓ କଣ୍ଟାମାଳ ବ୍ଲକର ୧୩୮୦ ହେକ୍ଟର ଜମିରେ ରବି ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ପାଣିର ସମସ୍ୟା ପାଇଁ ଅନେକ ସ୍ଥାନରେ ଚାଷ କାମ ପଛେଇଥିବାର ଜଣାପଡିଛି । ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ବିଶେଷ କରି ନଦୀକୂଳମାନଙ୍କରେ ରବି ଫସଲମାନ ହେଉଛି। ଜଳ ସେଚନର ଅସୁବିଧା ଯୋଗୁଁ ଚାଷୀ ସବୁବେଳେ ପାଣିର ସମସ୍ୟାର ସମ୍ମୁଖୀନ ହେଉଛି। ବିଶେଷ ଭାବରେ ଲିଫଟ ପଏଣ୍ଟ ଥିବା ସ୍ଥାନମାନଙ୍କରେ ଚାଷ କରାଯାଉଛି। ଯାହାଫଳରେ ଚାଷ ପ୍ରତି ଚାଷୀ ଆସ୍ତେ ଆସ୍ତେ ବିମୁଖ ହେବାରେ ଲାଗୁଛି। ତେଣୁ ପ୍ରଶାସନ ଜିଲ୍ଲାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜଳସେଚନର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।

Comments are closed.