www.samajalive.in
Sunday, December 7, 2025
26.1 C
Bhubaneswar

ଏଆଇଟିୟୁସି ପକ୍ଷରୁ ଗଣଧାରଣା

ବୌଦ୍ଧ  : ବୌଦ୍ଧ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧି ସମସ୍ୟା ଯଥା ଝିଅ ବିବାହ ସହାୟତା, ଶିକ୍ଷା ସହାୟତା,ମୃତ୍ୟୁକାଳିନ ସହାୟତା ଅ।ଦି ପ୍ରଦାନ କ୍ଷେତ୍ରରେ ଜିଲ୍ଲାଶ୍ରମଧିକାରୀଙ୍କ ଟାଳଟୁଳୁ ନୀତି ପ୍ରତିବାଦରେ ଏଆଇଟିୟୁସି  (AITUC) ସହବନ୍ଧିତ ଓଡିଶା ଫରେଷ୍ଟ ଉଡ ଏଗ୍ରୀକଲଚର ଓ ବିଲଡିଂକନଷ୍ଟ୍ରକ୍ସନ ୟୁନିଅନ ପକ୍ଷରୁ ଏଆଇଟିୟୁସି ଜିଲ୍ଲା ସଭାପତି ତଥା ନଅନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ସଭାପତିତ୍ବରେ ଜିଲ୍ଲାଶ୍ରମଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଟିତ ହୋଇଥିଲା । ଏହିଧାରଣାରେ ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସମ୍ପାଦକ ତଥା ନିର୍ମାଣ ଶ୍ରମିକ ୟୁନିଅନ ସମନ୍ବୟ ସମିତିର ରାଜ୍ୟ ଆବାହକ ସାଥି. ବିଜୟ ଜେନା କନ୍ଧମାଳ ଜିଲ୍ଲା ନେତା ଶିଶିର ମଲ୍ଲିକ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାଙ୍କୁଡ,ସହସମ୍ପାଦକ ଜୟନ୍ତ ଦେହୁରୀ ନେତ୍ରାନନ୍ଦ କଁହର ଏଆଇଓ୍ବାଇଏଫ ଜିଲ୍ଲାସଭାପତି ସୁଧାଂଶୁ ପ୍ରଧାନପ୍ରମୁଖ ଯୋଗଦେଇ ଡିଏଲଓ ଅଫିସ ସମ୍ପ୍ରତି ବିଜେଡି କାର୍ୟ୍ୟାଳୟ ରେ ପରିଣତ ହୋଇଥିବାରୁ ଶ୍ରମିକ ମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି,ଏଣୁ ତୁରନ୍ତ ଆଇନ ଅନୁଯାୟୀ ଜିଲ୍ଲାର ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ ନକଲେ ଜିଲ୍ଲାବ୍ୟାପି ଆନ୍ଦୋଳନକୁ ବ୍ୟାପକ କରିବାପାଇଁ ଚେତାବନି ଦେଇଥିଲେ ।  ପରିଶେଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ସମସ୍ତ ବକେୟା କାର୍ୟ୍ୟ ଶେଷ କରିବାର ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ ସ୍ଥଗିତ ରହିଲା ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ଘିବଲା,ପ୍ରଦୀପ କୁମାର ସାହୁ,ଭାଗିରଥି ଦାସ,ହାଡିବନ୍ଧୁ ବେହେରା ଗୋପବନ୍ଧୁ ବେହେରା ପ୍ରମୁଖଙ୍କ ନେତୃତ୍ବରେ ଶହେରୁ ଉର୍ଦ୍ଧ ଆନ୍ଦୋଳନକାରୀ ଯୋଗଦେଇଥିଲେ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories