www.samajalive.in
Sunday, December 7, 2025
23.1 C
Bhubaneswar

ବୌଦ୍ଧ ଜିଲା ବିଜେପି ତରଫରୁ ଗାଁକୁ ଚାଲ ଅଭିଯାନର ଶୁଭାରମ୍ଭ

ବୌଦ୍ଧ: ରାଜ୍ୟ ବିଜେପିର ନିଷ୍ପତ୍ତୀ ଅନୁଯାୟୀ ବିଜେପି ବୌଦ୍ଧ ଜିଲା ତରଫରୁ ଶୁକ୍ରବାର ‘ଗାଁକୁ ଚାଲ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମାଳିସାହି ଶକ୍ତିକେନ୍ଦ୍ରଠାରେ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଘରକୁ ଘର ବୁଲି ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବୁଝାଇଥିଲେ । ଆଜିଠାରୁ ଜିଲାର ସମସ୍ତ ୪୧୧ ବୁଥ, ୧୦ ଗୋଟି ମଣ୍ଡଳ , ୭୬ ଗୋଟି ଶକ୍ତିକେନ୍ଦ୍ରସ୍ତରରେ ଓ ଜିଲାର ସର୍ବମୋଟ ୧୧୮୨ ରାଜସ୍ବ ଗ୍ରାମ ଓ ୫୧ ଗୋଟି ପଡ଼ାକୁ ଆସନ୍ତା ତିନିଦିନ ୦୯.୦୨.୨୪ ଠାରୁ ୧୧.୦୨.୨୪ ପର୍ଯ୍ୟନ୍ତ ବିଜେପି ମଣ୍ଡଳ ସ୍ତରରେ ତିନିଜଣ କାର୍ଯ୍ୟକର୍ତ୍ତାଙ୍କ ସହିତ ଜିଲା ବିଜେପିର ବରିଷ୍ଠ ୨୦ ଜଣ ନେତୃବୃନ୍ଦଙ୍କୁ ଦାୟିତ୍ଵ ନିର୍ବାହ କରିବା ପାଇଁ ଦାୟିତ୍ଵ ବଣ୍ଟନ କରାଯାଇଛି । ଏହି ସମୟ ମଧ୍ୟରେ କାର୍ଯ୍ୟକର୍ତ୍ତାମାନେ ଘରକୁ ଘର ବୁଲି ବିଭିନ୍ନ ବର୍ଗର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଗତ ସାଢେ ୯ ବର୍ଷର ଶାସନ କାଳରେ ହୋଇଥିବା ବିଭିନ୍ନ ଐତିହାସିକ କାର୍ଯ୍ୟକ୍ରମକୁ ବୁଝାଇବା ସହିତ ମୋଦୀଙ୍କ ଗ୍ୟାରେଣ୍ଟି କାଗଜ ପ୍ରଦାନ କରିବେ। ଏଥିସହିତ ସହିତ କେନ୍ଦ୍ର ସରକାରଙ୍କ ଦ୍ଵାରା ହୋଇଥିବା ସମସ୍ତ ଯୋଜନା ଉପରେ ଆଧାରିତ ତଥ୍ୟ ପ୍ରଦାନ କରିବା ସହିତ ଲୋକମାନଙ୍କ କଥା ସବୁ ଶୁଣି ମତାମତ ସଂଗ୍ରହ କରି ରାତ୍ରି ଯାପନ କରିବା ପାଇଁ ନିଷ୍ପତ୍ତୀ ନିଆଯାଇଛି। ଏହି ଜିଲାସ୍ତରୀୟ ଗାଁକୁ ଚାଲ ଅଭିଯାନର ଶୁଭାରମ୍ଭରେ ଜିଲା ବିଜେପି ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ସାଧାରଣ ସଂପାଦକ ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ରଙ୍କ ସହିତ ବୁଥସ୍ତରୀୟ କମିଟି ସଦସ୍ୟ କାର୍ତିକେଶ୍ୱର ପଣ୍ଡା, ସଞ୍ଜୟ ପୁରୋହିତଙ୍କ ସହିତ ଅନ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories