www.samajalive.in
Monday, December 15, 2025
15.1 C
Bhubaneswar

ଟଳିଲା ବନ୍ୟା ଆଶଙ୍କା, ଖସୁଛି ମହାନଦୀ ଜଳ

ବୌଦ୍ଧ: ତିନିଦିନର ଲଗାଣ ବର୍ଷା ପରେ ଗୁରୁବାର ପାଗରେ ପରିବର୍ତନ ହୋଇଛି। ବର୍ଷା ଛାଡିବା ଯୋଗୁଁ ସହରର ତଳି ଅଞ୍ଚଳ ଗୁଡିକରେ ଜମି ରହିଥିବା ବର୍ଷାଜଳ ମହାନଦୀକୁ ନିଷ୍କାସିତ ହୋଇଯାଇଛି। ଘରଛାଡି ବନ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟସ୍ଥାନରେ ଆଶ୍ରୟ ନେଇଥିବା ଲୋକମାନେ ଧିରେ ଧିରେ ଘରକୁ ଫେରିବାରେ ଲାଗିଛନ୍ତି। ମହାନଦୀ ଜଳସ୍ତର ମଧ୍ୟ ବିପଦ ସଙ୍କେତ ୮୭.୮୦ ରୁ ତଳକୁ ଖସି ଗୁରୁବାର ସନ୍ଧ୍ୟା ସୁଦ୍ଧା ୮୫.୮୭ ରେ ରହିଛି। ବର୍ଷା ଛାଡିବାପରେ ସହରବାସୀ ମହାନଦୀରେ ବନ୍ୟାଜଳକୁ ମର୍ଜାକୁଦ ସେତୁ ଓ ବୌଦ୍ଧ କିଆକଟା ସେତୁ ଉପରୁ ଦେଖି ମଜା ଉଠାଉଥିବା ଦେଖିବାକୁ ମିଳିଛି। ବର୍ଷା ପରେ ଜିଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ବର୍ଷା ଯୋଗୁଁ ବିଳମ୍ବରେ ଜିଲାରେ ଆରମ୍ଭ ହୋଇଥିବା ଚାଷ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି। ଅନେକ ଜମିରେ ଧାନ ତଳି ଧୋଇ ନେଇଥିବାବେଳେ ଜମି ଗୁଡିକରେ ଘାଇ ସୃଷ୍ଟି ହୋଇଥିବା ଦେଖାଯାଇଛି। ତେବେ ଖାଲୁଆ ଜମି ଗୁଡିକରେ ଏପର୍ଯ୍ୟନ୍ତ ବର୍ଷା ଜଳ ଜମି ରହିଥିବା ଜଣାଯାଇଛି। କିଛି ଲୋକଙ୍କ ଘରେ ମହାନଦୀ ଓ ବର୍ଷାଜଳ ପଶି ଅନେକ କ୍ଷତି କରିଥିବା ମଧ୍ୟ ଜଣାଯାଇଛି। ସେହି ପରିବାରମାନଙ୍କୁ ଚିହ୍ନଟ କରି ପ୍ରଶାସନ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ମତପ୍ରକାଶ ପାଉଅଛି।

ଲଗାଣ ବର୍ଷାରେ ଭାଙ୍ଗିଲା ଘର ବେସାହରା ହେଲେ ପରିବାର

- Advertisement -

ବୌଦ୍ଧ ଜିଲାରେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁଁ ପୁରା ଜିଲା ବେହାଲ ହୋଇପଡିଥିଲା। ଗୁରୁବାର ଦିନ ବର୍ଷା ନଥିବାରୁ ଜିଲାବାସୀଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି। ହେଲେ ଳଗାଣ ବର୍ଷା ଲୋକଙ୍କ ଦୁଃଖ ବଢାଇ ଦେଇଛି। ଏମିତି ଏକ ଘଟଣା ଦେଖିବାକୁ ମିିଳିଛି ଜିଲାର ବୌଦ୍ଧ ବ୍ଳକ ଅନ୍ତର୍ଗତ ବ୍ରାହ୍ମଣିପାଲି ଗ୍ରାମରେ। ଗ୍ରାମର ଚିତ୍ତ ରଂଜନ ନାଗଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ତାଙ୍କର ଚାଳ ଛପର ଘରେ ୫ ପ୍ରାଣୀ କୁଟୁମ୍ବ ଚଳି ଆସୁଥିଲେ। ଗତ ବୁଧବାର ଲଗାଣ ବର୍ଷା ଯୋଗୁଁ ଚିତ୍ତରଂଜନଙ୍କ ଘରଟି ଭୁଷୁଡି ପଡିଛି। ଫଳରେ ପରିବାର ବେସାହରା ହେବାସହ ପଲିଥିନ ଏବେ ସେମାନଙ୍କୁ ସାହା ପାଲଟିଛି। ବର୍ଷା ଯୋଗୁଁ ଘରର ଖାଇବା ଜିନିଷ ନଷ୍ଟ ହେବା ସହ ଏବେ ପରିବାର ଲୋକ ସରକାରୀ ସାହାଯ୍ୟ ଅପେକ୍ଷାରେ ରହିଛନ୍ତି। ଘଟଣା ସ୍ଥଳକୁ ବୌଦ୍ଧ ତହସିଲଦାର ପ୍ରିତିବାଳା ରଣା ଓ ବଘିଆପଡା ରାଜସ୍ୱ ନିିରୀକ୍ଷକ ଗଣେଶ ଭୁକ୍ତା ଯାଇ ତଦନ୍ତ କରିଥିବା ଜଣାପଡିଛି। ସରକାରୀ ନିୟମ ଅନୁଯାୟୀ ଚିତରଂଜନଙ୍କ ପରିବାରକୁ ସାହାଯ୍ୟ ଯୋଗାଇଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିବା ଜଣାଯାଇଛି ।

ଗଛ ପଡି ଭାଙ୍ଗିଲା ବିଦ୍ୟାଳୟ ଘର

ବୌଦ୍ଧ ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ବଘିଆପଡା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବଘିଆପଡା ଆଞ୍ଚଳିକ ସାଧନ କେନ୍ଦ୍ର ସମ୍ମୁଖରେ ଥିବା ଏକ ବିରାଟ ଗଛଟି ବର୍ଷା ଯୋଗୁଁ ଭାଙ୍ଗି ପଡିବା ଫଳରେ ବଘିଆପଡା ମଧ୍ୟ ଇଂରାଜୀ ବିଦ୍ୟାଳୟ ଉପରେ ପଡିଯିବାରୁ ବିଦ୍ୟାଳୟର ଦୁଇ ବଖରା ଘର ଭାଙ୍ଗି ନଷ୍ଟ ହୋଇଯାଇଛି। ସେହିପରି କନକପୁର ବିଦ୍ୟାଳୟରେ ମଧ୍ୟ ଗଛ ପଡି ବିଦ୍ୟାଳୟର ଆଜବେଷ୍ଟସ ଭାଙ୍ଗିବା ସହ ବିଦ୍ୟାଳୟ ଭିତରେ ପାଣି ଗଳୁଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହାର ମରାମତି ପାଇଁ ପଦେକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories