www.samajalive.in
Saturday, December 6, 2025
15.1 C
Bhubaneswar

ମହିଳା ଗ୍ରୁପମାନଙ୍କ ୧କୋଟି ୪୩ ଲକ୍ଷ ଟଙ୍କା ନେଇ ସଂସ୍ଥା ଫେରାର, ଥାନାରେ ମାମଲା

ବୌଦ୍ଧ : ବୌଦ୍ଧଜିଲ୍ଲାର ବିଭିନ୍ନ ଗ୍ରାମରେ ମହିଳା ଗ୍ରୁପ ଗୁଡିକ ଠକାମିର ଶିକାର ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି। ସୂଚନା ମତେ, ସହରର ବ୍ରିଜ ଛକ ନିକଟରେ ସ୍ୱସ୍ତିକ ଗ୍ରାମୀଣ ଉଦ୍ୟୋଗ ନାମରେ ଏକ ସଂସ୍ଥା ଖୋଲି ଜିଲ୍ଲାର ବିଭିନ୍ନ ଗ୍ରାମର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଖଲି ମେସିନ, ହଳଦୀ ଗୁଣ୍ଡ, ଧୂପକାଠି ତାଲିମ ଓ ଆବଶ୍ୟକ କଂଚା ମାଲ ଯୋଗାଇ ଦେବାକୁ ଏବଂ ପାରିଶ୍ରମିକ ଦେବା ସହ ମହିଳାଙ୍କ ଠାରୁ ନିର୍ମିତ ଜିନିଷ ବିକ୍ରି କରାଇ ଦେବାକୁ କହି ପ୍ରତି ଗ୍ରୁପ ପିଛା ଦେଢ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରତ୍ୟକ ଗ୍ରୁପ ଦେଇଥିବା ଅର୍ଥ ବାବଦକୁ ସଂସ୍ଥା ପକ୍ଷରୁ ମାସିକ ଋଣ କିସ୍ତି ପରିଶୋଧ ସକାଶେ ୧୬ ହଜାରରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏନେଇ ଉକ୍ତ ସ୍ୱସ୍ତିକ ଗ୍ରାମୀଣ ଉଦ୍ୟୋଗ ସଂସ୍ଥା ମହିଳା ଗ୍ରୁପ ସହ ଚୁକ୍ତିନାମା କରିବା ସହ କିଛି ଗ୍ରୁପକୁ ମେସିନ ଯୋଗାଇ ଦେଇଥିଲେ। କିନ୍ତୁ ଦୁଇମାସ ହେବ ଉକ୍ତ ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ବନ୍ଦ କରି ଫେରାର ହୋଇ ଯାଇଥିବା ନେଇ ମହିଳା ଗ୍ରୁପମାନଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଏନେଇ ମହିଳାମାନେ ନ୍ୟାୟ ପାଇଁ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବୌଦ୍ଧ ଥାନା ପକ୍ଷରୁ ଥାନା କେଶ ନଂ ୨୦୦/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories