କଲମପୁର : ଦିନକୁ ଦିନ ଗୋଚାରଣ ଭୂମି ଉପରେ ଜବର ଦଖଲ ବୃଦ୍ଧି ପାଇବା ସହ ଗଢି ଉଠୁଛି ଅଟାଳିକା। ଅନେକ ଚାରଣ ଭୂମି ଏବେ ଚାଷ ଜମି ପାଲଟି ସାରିଛି। ଏଭଳି ସ୍ଥିତିରେ ଗୋଚାରଣ ପାଇଁ ଭୂମି ଅଭାବ। ଏହାସହ ଗୋଚାରଣ ପାଇଁ ଲୋକଙ୍କ ଅଭାବ। ଯେଉଁଥିପାଇଁ ଚାଷୀ ଗୋ ପାଳନ ପାଇଁ ଅନିଛା ପ୍ରକାଶ କରୁଛନ୍ତି। ତେଣୁ ଗୋ ସମ୍ପଦ ଏବେ ବିପଦରେ। ଦିନକୁ ଦିନ ଗୋ ଚାଲାଣ ବୃଦ୍ଧି ପାଉଛି। ପଡୋଶୀ ନବରଙ୍ଗପୁର, ରାୟଗଡା ମଧ୍ୟ ଦେଇ ଆନ୍ଧ୍ର ଏବଂ ଛତିଶଗଡ ରାଜ୍ୟକୁ ଚାଲାଣ ହେଉଛି ସମସ୍ତ ଗୋରୁ। ଅନ୍ୟପଟେ ଯେଉଁ ସବୁ ଗୋରୁ ଗାଈ ଅଂଚଳରେ ରହିଛନ୍ତି, ଖାଦ୍ୟ ଅଭାବ ଯୋଗୁଁ ରୀତିମତ ବଜାରରେ ବୁଲି ବୁଲି କାଗଜ, ଜରି ଭଳି ଅଖାଦ୍ୟ ଖାଇ ବିପଦର ସମ୍ମୁଖିନ ହେଉଛନ୍ତି। ଏପରିକି ମୃତ୍ୟୁ ମୁଖରେ ପଡୁଥିବା ଦେଖା ଯାଉଛି। ଗୋରୁ ମାଲିକଙ୍କ ଗୋରୁ ପ୍ରତି ନିୟନ୍ତ୍ରଣ ରହୁ ନାହିଁ। ଯେଉଁଥିପାଇଁ ଅନେକ ସମୟରେ ବଜାରେ ବୁଲି ବୁଲି ଜରି କାଗଜ ଖାଉଥିବା ଗୋରୁ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟୁଛନ୍ତି। ଏପରିକି ଅନେକ ସମୟରେ ଗୋରୁଙ୍କ ସହ ବାଇକ ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି। ଉଭୟ ଆହତ ହେଉଥିବା ଅନେକ ନଜର ରହିଛି। ସଧ୍ୟା ସମୟରେ ବୁଲା ଗୋରୁଙ୍କ ଦୌରାତ୍ମ ବୃଦ୍ଧି ପାଉଛି। ବେଳେ ବେଳେ ଗୋରୁ ଗୋରୁ ମଧ୍ୟରେ ଲଢେଇ ଯୋଗୁ ବାଇକ ଚାଳକ ଅଥବା କୌଣସି ଲଘୁଯାନ ଚାଳକ ମଧ୍ୟ ପ୍ରଭାବିତ ହେଉଛନ୍ତି। ଏପରିକି ମୁଖ୍ୟ ରାସ୍ତା ମାନଙ୍କରେ ରାତି ତମାମ ବୁଲା ଗାଈ ସବୁ ଶୋଇ ଯାଉଥିବାରୁ ବଡ ବଡ ଟ୍ରକ ବସ୍ ସବୁ ମାଡିଯିବା ଦ୍ୱାରା ଦୁର୍ଘଟଣାର ଶିକାର ହେଇ ପ୍ରାଣ ହରାଉଛନ୍ତି।
ତେଣୁ ତୁରନ୍ତ ପ୍ରତ୍ୟେକ ପଂଚାୟତସ୍ତରରେ କାଞ୍ଜିଆହୁଦା ବ୍ୟବସ୍ଥା କରାଯାଇ ବୁଲା ଗୋରୁଙ୍କୁ ନିୟନ୍ତ୍ରଣ ସହ ସେମାନଙ୍କ ସୁରକ୍ଷା କରିବାର ସମୟ ଆସିଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେଲେ ସମସ୍ୟାର ସମାଧାନ ହୋଇ ପାରିବ।
ଗାଈଗୋରୁଙ୍କ ପାଇଁ ବଢୁଛି ଦୁର୍ଘଟଣା
Popular Categories



