ବୌଦ୍ଧ : ବୌଦ୍ଧ ସହରର ବୁଟୁପାଲିଠାରେ ଖୋଲିଥିବା ଭିକ୍ଟର ଫାଇନାନ୍ସ କମ୍ପାନୀର ଜଣେ ଅଧିକାରୀ ଗ୍ରାହକମାନଙ୍କଠାରୁ ଆଦାୟ ହୋଇଥିବା କମ୍ପାନୀର ଅର୍ଥ ନେଇ ଚମ୍ପଟ ମାରିଥିବା ବୌଦ୍ଧଥାନାରେ ଅଭିଯୋଗ ହୋଇଛି। ସୂଚନା କମ୍ପାନୀର ବୁଟୁପାଲିର ଅଚ୍ୟୁତାନନ୍ଦ ପଲିଆଙ୍କ ଘରେ ଭଡା ନେଇ କାର୍ଯ୍ୟ କରୁଥିବା ଭିକ୍ଟର ଫାଇନାନ୍ସ କମ୍ପାନୀରେ ଗ୍ରାହକ ସଂପର୍କ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବାଉୁଁଶୁଣୀ ଥାନା ଅନ୍ତର୍ଗତ ଛେଲିବାହାଲ ଗ୍ରାମର ରାଜେଶ କୁମାର ଲୁହା ବିଭିନ୍ନ ଗ୍ରାହାକମାନଙ୍କ ଠାରୁ ଆଦାୟ ହୋଇଥିବା ୨୧୭୩୭୫ ଟଙ୍କା ନେଇ ଫେରାର ହୋଇଯାଇଥିବା ନେଇ କମ୍ପାନୀର ପୋର୍ଟଫୋଲିଓ ମେନେଜର (ବୌଦ୍ଧଶାଖା) ଶମ୍ଭୁ ପ୍ରସାଦ ସେଠୀ ବୌଦ୍ଧଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବୌଦ୍ଧଥାନା କେସ ନମ୍ବର ୧୮୫/୨୩ ରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
Popular Categories



