www.samajalive.in
Saturday, December 6, 2025
26.1 C
Bhubaneswar

ସଫେଇ ହେଉନି ଡ୍ରେନ ଆବର୍ଜନା; ଅଚଳକୋଟରେ ପରିମଳ ବିପର୍ଯ୍ୟସ୍ତ

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ଅଚଳକୋଟ ଗ୍ରାମ ସାନପାଟଣାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଗ୍ରାମରେ ଥିବା ଡ୍ରେନ ସମୂହ ଦୀର୍ଘ ବର୍ଷ ହେଲା ସଫେଇ ହୋଇନଥିବାରୁ ଆବର୍ଜନା ଜଳ ରାସ୍ତାକୁ ଉଛୁଳି ପରିମଳ ବିଗାଡି ଦେଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଗ୍ରାମରେ ପରିମଳ ସ୍ବଚ୍ଛତା ଏବଂ ବର୍ଷା ଦିନିଆ ଜଳ ନିଷ୍କାସନ ପାଇଁ ୨୦୦୭ ମସିହାରେ ଡ୍ରେନ୍ ବ୍ୟବସ୍ଥା କରାଯାଇଥିଲା। ଲୋକଙ୍କ କହିବା ମୁତାବକ, ସେବେଠାରୁ ଡ୍ରେନ ଆଦୌ ସଫେଇ ହୋଇନାହିଁ। ଯାହା ଫଳରେ ଡ୍ରେନରେ ଅଳିଆ ଆବର୍ଜନା ସାଙ୍ଗକୁ ବର୍ଜ୍ୟବସ୍ତୁରେ ପୁରି ଯିବା ସହିତ ବର୍ଜ୍ୟ ଜଳ ନିଷ୍କାସନ ହୋଇ ନ ପାରି ନାଳ ଉଛୁଳି ରାସ୍ତା ଉପରେ ମାଡୁଛି। ଯାହା ଫଳରେ ଅପରିଷ୍କାର ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଗାଁ ଗହଳିରେ ଏଭଳି ପରିସ୍ଥିତିରେ ଲୋକମାନଙ୍କ ଯାତାୟତରେ ବହୁତ ସମସ୍ୟା ସୃଷ୍ଟି ହେଉଛି। ଖରାଦିନେ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ବର୍ଷାଦିନିଆ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଚାସଢ଼ା ଆବର୍ଜନା ଜମି ରହି ସନ୍ଧ୍ୟାପରେ ମଶା ଡାଆଁଶଙ୍କ ପ୍ରାଦୁର୍ଭାବ ବଢୁଛି। ଡ୍ରେନ ସଫା କରାନଗଲେ ଆଗାମୀ ଦିନରେ ଲୋକମାନେ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ବହୁ ସମ୍ଭାବନା ରହିଛି। ଏଣୁ ଏ ଦିଗରେ ପଞ୍ଚାୟତ ତଥା ଗାଁ କଲ୍ୟାଣ ସମିତି ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories