ସମ୍ବଲପୁର : ସମ୍ବଲପୁରର ‘ସେବା’ ସାମାଜିକ ଅନୁଷ୍ଠାନର କାର୍ଯ୍ୟକୁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଚ୍ଚ ପ୍ରଶଂସା କରିଛନ୍ତି। ସଙ୍ଗଠନର ଅଧ୍ୟକ୍ଷ ଅମର ତାଣ୍ଡିଆ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମ୍ବଲପୁର ଗସ୍ତ ସମୟରେ ସାକ୍ଷାତକାର କରି ବର୍ଷ ବ୍ୟାପି କରାଯାଉଥିବା କାର୍ଯ୍ୟକ୍ରମ ସର୍ମ୍ପକରେ ଅବଗତ କରିଥିଲେ। ରାଜ୍ୟପାଳ ସେବା ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଜାଣିବା ପରେ ଖୁସି ବ୍ୟକ୍ତ କରି ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଏହି ମାନବୀୟ ସେବା କାର୍ଯ୍ୟକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।
Popular Categories



