ରେଙ୍ଗଲିକ୍ୟାମ୍ପ: କରା ମାଡ଼ରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଓ ସହାୟତା ଯୋଗାଇବା ପାଇଁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପରେ ମଙ୍ଗଳବାର ଅତାବିରା ତଥା ଭେଡେନ ବ୍ଲକର ବିଭିନ୍ନ ପଞ୍ଚାୟତର କ୍ଷତି ହୋଇଥିବା ଧାନ ବିଲ ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ଚକୁଳି ପଞ୍ଚାୟତର ସରଣ୍ଡା, ତାଳ ପତ୍ର ଟିକ୍ରା ଓ ଚକୁଳି, ଲାରସରା ପଞ୍ଚାୟତର ଖଇର ପାଲି, ମନାପଡ଼ା ପଞ୍ଚାୟତର ଲସ୍ତଲା, ଟୋପ ପଞ୍ଚାୟତର ଟୋପ, ପାରମାନପୁର ଆଦି ଗ୍ରାମର ଧାନ ବିଲଗୁଡ଼ିକୁ ଯାଇ ସେ ବୁଲି ଦେଖିଥିଲେ। ସରକାରୀ ନିୟମ ଅନୁଯାୟୀ, କ୍ଷୟକ୍ଷତିର ଆକଳନ ତୁରନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ସେ ଅଧିକାରୀମାନଙ୍କୁ କହିଥିଲେ।
Popular Categories



