ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୂଜ ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ। ତରଭୂଜ ଫେସିଆଲ ଦ୍ୱାରା ଏହା ମୁହଁର ଚମକୁ ବୃଦ୍ଧି କରିବା ସହ ତ୍ୱଚାର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ଜାଣନ୍ତୁ..
ତରଭୂଜରେ ଆଣ୍ଟି-ଅକ୍ସିଡାଣ୍ଟ,ଭିଟାମିନ ଓ ମିନେରାଲ୍ସ ଭରପୁର ମାତ୍ରାରେ ରହିଥାଏ। ଏହା ତ୍ୱଚା ପାଇଁ ଖୁବ ଉପକାରୀ।
ପ୍ରଥମେ ନିଜ ତ୍ୱଚାକୁ ଭଲ ଭାବେ ସଫା କରନ୍ତୁ। ଏଥିପାଇଁ ତରଭୂଜ ରସରେ ଅଳ୍ପ ନଡିଆ ତେଲ ମିଶାନ୍ତୁ। ଏହାପରେ ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।
ଏହାପରେ ୨ ଚାମଚ ତରଭୂଜ ରସରେ ୧ ଚାମଚ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ମୁହଁରେ ହାଲକା ଭାବେ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁ ଖୁବ ଉଜ୍ଜ୍ୱଳ ହେବା ସହ ମୁହଁର ଦାଗ ଦୂର ହୋଇଥାଏ।
ତରଭୂଜର କ୍ରିମ୍ ପ୍ରସ୍ତୁତ ପାଇଁ ଏକ ଚାମଚ ତରଭୂଜ ରସରେ ମହୁ ଓ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ।
ଏହାପରେ ବେସନ,କ୍ଷୀର ଓ ତରଭୂଜ ରସକୁ ମିଶାଇ ତ୍ୱଚାରେ ଲଗାନ୍ତୁ।୧୫ ମିନିଟ୍ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହି ଫେସିଆଲ କରିବା ଦ୍ୱାରା ନିଜେ ଚମତ୍କାର ଅନୁଭବ କରିବେ।



