www.samajalive.in
Saturday, December 6, 2025
14.1 C
Bhubaneswar

୩ ଦଫା ଦାବି ନେଇ ତିନି କୃଷକ ସଂଗଠନ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ଦାବିପତ୍ର ପ୍ରଦାନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଅଞ୍ଚଳରେ ରବି ଧାନଚାଷରେ ଦେଖା ଦେଇଥିବା ଅଜଣା ରୋଗ ଓ କରକା ପାତ ପ୍ରଭାବରେ ଉଭୟ ଧାନ ଫସଲ ଓ ପନିପରିବା ଫସଲ ନଷ୍ଟ ହୋଇଛି। ଯାହାକୁ ନେଇ ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି ଦଳ ସୁଦାମ ଜାଲ, ଶମ୍ଭୁ ସେଠ୍, ଊର୍କୁଲୁ ସାହୁ, ଶିବାଜୀ ନାଏକ, ଡୋଲାମଣି କ୍ଷେତି, ସୁବାସ ହୋତା ପ୍ରମୁଖ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇଦେବାକୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ସୋମବାର ଅତାବିରା ଅଞ୍ଚଳରେ ଥିବା ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖା, ଅତାବିରା ଚାଷୀ ସଂଗଠନ ଓ ଓଡ଼ିଶା କୃଷକ ସଂଗଠନର ପ୍ରତିନିଧିମାନେ ଚାଷୀମାନଙ୍କ ସହ ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ତହସିଲଦାରଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ତୁରନ୍ତ ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଫସଲ ବୀମା କରିଥିବା ଚାଷୀଙ୍କୁ ବୀମା ପ୍ରଦାନ କରାଯାଉ, କୃଷି ଋଣ ପରିଶୋଧକୁ କୋହଳ କରି କିସ୍ତି କରାଯାଉ ଓ ଖରିଫ ଫସଲର ଚାଷ ପାଇଁ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯାଉ ବୋଲି ୩ ଗୋଟି ଦାବି ଉପସ୍ଥାପନ କରିଛନ୍ତି। ଅତାବିରା ଅଞ୍ଚଳରେ ଥିବା ଉପରୋକ୍ତ ତିନି ଗୋଟି କୃଷକ ସଙ୍ଗଠନର ସଦସ୍ୟମାନେ ପୃଥକ ପୃଥକ ଭାବେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଦାବି ଜଣାଇଛନ୍ତି। ଏହା ସହିତ କ୍ଷତିଗ୍ରସ୍ତ ଚାଷୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ହାରାଧାନ ପ୍ରଧାନ, ବୃଷଭାନୁ ସାହୁ, ବସନ୍ତ ବାରିକ, ଅତାବିରା ଚାଷୀ ସଂଗଠନ ର ୟୁନୁସ ଖାନ, ରମଣୀ ଦନ୍ତା,ରବୀନ୍ଦ୍ର ବିଶି, ଶ୍ୟାମଲଲ ସାହୁ ଓ କୃଷକ ସଂଗଠନ ର ବିରେନ କର, ସୁରେନ ସ୍ବାଇଁ, ପ୍ରମୁଖ ସଦସ୍ୟମାନେ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories