www.samajalive.in
Saturday, December 6, 2025
15.1 C
Bhubaneswar

ପୁରୀ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ଦ୍ୱିତିୟ ପର୍ଯ୍ୟାୟ କାଠ 

ବୌଦ୍ଧ : ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରାର ରଥ ନିର୍ମାଣ ପାଇଁ ବୌଦ୍ଧରୁ ଦ୍ୱିତିୟ ପର୍ଯ୍ୟାୟ କାଠ ପଠାଯାଇଛି। ଶୁକ୍ରବାର ଦିନ ବୌଦ୍ଧରୁ ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ କାଠ ପଠାଯାଇଥିଲା। ରବିବାର ଦ୍ୱିତିୟ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ,୬ ଖଣ୍ଡ ଫାସି କାଠକୁ ଦୁଇଟି ଟ୍ରକରେ ରଥ ନିର୍ମାଣ ପାଇଁ ପଠାଯାଇଛି। କଣ୍ଟାମାଳ ବ୍ଲକର ନାରାୟଣ ପ୍ରସାଦର ପାଡେଲ ଓ ମଲ୍ଲିକୁଦ ସଂରକ୍ଷିତ ଜଙ୍ଗଲରୁ ମେକାପ ଓ ମହାରଣାମାନଙ୍କ ଦ୍ୱାରା କାଠ ଚିହ୍ନଟ କରାଯିବା ପରେ ପୂଜାର୍ଚ୍ଚନା କରାଯାଇ ସେଗୁଡିକୁ କଟାଯାଇଥିଲା। ସ୍ଥାନୀୟ ବନପାଳ ଚିତରଂଜନ ପ୍ରଧାନ,ବନରକ୍ଷୀ ଓମପ୍ରକାଶ ଦନାୟକଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଜୟଜଗନ୍ନାଥ, ହରିବୋଲ ଓ ହୁଳହୁଳି ଦେଇ ଦେଇ ରଥକାଠକୁ ବିଦାୟ ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories