ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା ଦେଖାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫ ହଜାର ୮୮୦ ନୂଆ ସଂକ୍ରମିତ ଚିହ୍ନଟ କରାଯାଇଛି। ଏହାସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୧୯୯କୁ ବୃଦ୍ଧି ପାଇଛି। ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସାରା ଦେଶର ହସ୍ପିଟାଲ ମାନଙ୍କରେ ସକ୍ଷୀକ୍ଷା ଓ ପ୍ରସ୍ତୁତି କରାଯାଉଛି। ଏହାସହ ସମୀକ୍ଷା ପାଇଁ ଆଜି ଓ ମଙ୍ଗଳବାର ରାଷ୍ଟ୍ରବ୍ୟାପୀ ମକଡ୍ରିଲ୍ର ମଧ୍ୟ ଘୋଷଣା କରିଛି।
Popular Categories



