୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ବୌଦ୍ଧ : ବୌଦ୍ଧ ସହରର ମହିଳା ମହାବିଦ୍ୟାଳୟ ନିକଟରେ ଥିବା ସୋରୁମର ଛାତରେ ଟାଇଲ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବଙ୍ଗାଳୀ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ରବିବାର ସନ୍ଧ୍ୟାରେ ସୋରୁମ ଛାତରେ ପଶ୍ଚିମବଙ୍ଗ ମେଦିନାପୁରର ଶେଖ ସରିଫ୍ ଉଲ୍ଲା ଇସଲାମ (୨୮) ଟାଇଲ କାମ କରୁଥିବାବେଳେ ହାତରେ ଧରିଥିବା ଗଜବାଡି ହଠାତ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଗକୁ ଇଦୁଲଫିତର ପର୍ବ ଥିବାରୁ ସେ ନିଜ ଘରକୁ ଫେରିବାର ଥିଲା।

Comments are closed.