www.samajalive.in
Saturday, December 6, 2025
14.1 C
Bhubaneswar

ପାରିବାରିକ କଳହରୁ ୭ ମାସର ଶିଶୁକୁ ଛାଡି ଜୀବନ ହାରିଲା ମାଆ

ବୌଦ୍ଧ : ବୌଦ୍ଧ ସହର ଏକ ନମ୍ବର ୱାର୍ଡ ପାଣୁଆ ସାହିରେ ଏକ ଅଭାବନିୟ ଘଟଣା ଘଟି ଯାଇଛି। ପାରିବାରିକ କଲହରୁ ୭ ମାସର ଶିଶୁକୁ ଛାଡି ଜୀବନ ହାରିଛି ମାଆ। ମହିଳା ଜଣକ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୁଚନା ମତେ, ବୌଦ୍ଧ ସହର ପାଣୁଆ ସାହିରେ ଏକ ଭଡାଘରେ ରଚନା ବଲବାକ ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ। ସୋମବାର ରାତିରେ କୌଣସି କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ ସ୍ତ୍ରୀ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିଲେ। ମହିଳାଙ୍କ ସ୍ୱାମୀ ଗାଁ ଗାଁ ବୁଲି ଖେଳଣା ଓ ମନୋହରୀ ସାମଗ୍ରୀ ବିକ୍ରି କରୁଥିଲେ। ତାଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ କିଛି ମାସ ହେବ ବୌଦ୍ଧକୁ ଆସି ଏଠାରେ ରହୁଥିଲେ। ତାଙ୍କର ଏକ ୭ ମାସର ଶିଶୁ ରହିଛି। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣା ସ୍ଥାଳରେ ପହଂଚି ଶବକୁ ଜବତ କରି ବ୍ୟଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ମୃତକଙ୍କ ପରିବାରଲୋକ କେହି ନଥିବାରୁ ଦିଅର ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କ ନିକଟରୁ ସୂଚନା ପାଇ ସତ୍ୟସାଇ ସଂଗଠନର ସଭାପତି ଡା. ପ୍ରିୟବ୍ରତ ବେହେରା,ରାମହରି ପାଢି,ସୁନୀଲ ବଘାର,ଏସ ପ୍ରଭସନ ଓ ସ୍ଥାନୀୟ ବାସୀନ୍ଦା ମକବୁଲ ଖାଁ,ଅଭିଳାଷ ମିଶ୍ର,ସୁରେଶ ସାହୁଙ୍କ ସହଯୋଗରେ ମହିଳାଙ୍କ ଶେଷକୃତ୍ୟ ବୌଦ୍ଧ ଶ୍ମସାନ ଘାଟଠାରେ କରାଯାଇଥିଲା। ମୃତ ମହିଳାଙ୍କ ୭ ମାସର ଶିଶୁକୁ ସିଡବ୍ଲୁସି ପାଖରେ ହାଜର କରାଯିବ ବୋଲି ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories