www.samajalive.in
Sunday, December 7, 2025
18.1 C
Bhubaneswar

ନାଲ୍ଲାରାମା ଠାକୁରାଣୀଙ୍କ ପୂଜାଉତ୍ସବ

ଚୌଦ୍ୱାର : ଚୌଦ୍ୱାର ତେଲୁଗୁ ସମ୍ପ୍ରଦାୟ ତରଫରୁ ଆରାଧ୍ୟା ଦେବୀ ମା’ ନାଲ୍ଲାରାମା ଠାକୁରାଣୀଙ୍କ ପୂଜା ଉତ୍ସବ ଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି । ଓଟିଏମ୍ କଲୋନୀସ୍ଥିତ ତେଲୁଗୁ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ସମ୍ପ୍ରଦାୟର ମହିଳା, ପିଲା,ଯୁବକ ଓ ବରିଷ୍ଠ ନାଗରିକମାନେ କ୍ଲବ୍ ପରିସରରୁ ବାହାରି ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରାରେ ଯାଇ ୧୨ ନମ୍ବର ୱାର୍ଡ଼ ବାଟବୁଢ଼ୀ କଲେନୀସ୍ଥିତ ମା’ ବାଟବୁଢ଼ୀ ଠାକୁରାଣୀଙ୍କୁ ପବିତ୍ର ସ୍ନାନ କରାଇବା ସହିତ ପୂଜାର୍ଚ୍ଚନା କରିଥିଲେ । ପରେ ମା’ଙ୍କୁ ଆବାହନ କରି ତାଙ୍କ ମୃଣ୍ମୟୀ ପ୍ରତିମାକୁ ଶୋଭାଯାତ୍ରାରେ ଆଣି ଓଟିଏମ୍ କଲୋନୀ ପରିକ୍ରମାକରି ଘରଘର ବୁଲି ଭୋଗ ଖୁଆଇଥିଲେ। ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ଶେଷ ଦିନ ମଙ୍ଗଳବାର ସଧ୍ୟାରେ କ୍ଲବ୍ ପରିସରରେ ଥିବା ମଣ୍ଡପରେ ୨୦୦୦ଦୀପ ଲଗାଯାଇ ଚଣ୍ଡୀ ପାଠ ସହିତ ମା’ଙ୍କୁ ପୂଜାର୍ଚ୍ଚନା କରି ମେଲାଣୀ ଦିଆ ଯାଇଥିଲା । ଏହି ଅବସରରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା, ବାଦ୍ୟ ବିଚିତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚୌଦ୍ୱାର ଅଞ୍ଚଳର ହଜାର ହଜାର ସଂଖ୍ୟାରେ ତେଲୁଗୁ ସମ୍ପ୍ରଦାୟର ଲୋକ ଏହି ଉତ୍ସବରେ ଯୋଗଦେଇଥିଲେ ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories