www.samajalive.in
Saturday, December 6, 2025
19.1 C
Bhubaneswar

ପୁଣି ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ପୁଣି ଚିନ୍ତା ବଢାଇଲା କରୋନାର ଦୈନିକ ସଂକ୍ରମଣ। ଗତ କିଛି ଦିନରେ ଧିରେ ଧିରେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୪ ହଜାର ଟପିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୪,୪୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩ ହଜାର ୦୯୧ ହୋଇଛି। ମଙ୍ଗଳବାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୧୭୯ ରେକର୍ଡ କରାଯାଇଥିଲା। ସେହିପରି ଦେଶରେ ଏଯାଏଁ କରୋନାର ଟିକାର ୨୨୦.୬୫ କୋଟିରୁ ଅଧିକ ପାନ ଦିଆଯାଇ ସାରିଛି। ୧୦୨.୭୪ କୋଟିରୁ ଅଧିକ ଲୋକେ ପ୍ରଥମ ପାନ ନେଇ ସାରିଛନ୍ତି। ୯୫.୧୯ କୋଟିରୁ ଅଧିକ ଲୋକେ ଦ୍ୱିତୀୟ ପାନ ନେଇ ସାରିଛନ୍ତି। ଏହାସହ ୨୨.୭୨ କୋଟିରୁ ଅଧିକ ଲୋକେ ବୁଷ୍ଟର ଡୋଜ୍‌‌ ନେଇ ସାରିଛନ୍ତି।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories