www.samajalive.in
Monday, December 15, 2025
17.1 C
Bhubaneswar

ବୌଦ୍ଧରେ ପୁଣି ଜୀବନ୍ତ ବ୍ରଜକାପ୍ତା ଉଦ୍ଧାର, ୨ ଗିରଫ

ବୌଦ୍ଧ: ବୌଦ୍ଧ ଜିଲାରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି। ଜିଲାରେ ବନ୍ୟଜନ୍ତୁ ବିପଦରେ ଥିବା ସହ ଦିନକୁ ଦିନ ଜିଲାରୁ ବନ୍ୟଜନ୍ତୁ ଲୋପ ପାଇବାରେ ବସିଛି। ଜିଲ୍ଲାରୁ ବିଭିନ୍ନ ସମୟରେ ବାଘ ଚମଡା, ହରିଣ ଚମଡା, ହାତୀ ମୃତ୍ୟୁ ଘଟଣା ଓ ବ୍ରଜକାପ୍ତା ଉଦ୍ଧାର ଘଟଣାକୁ ଦେଖିଲେ ଜିଲାର ସୁରକ୍ଷିତ ନଥିବା ମନେହୁଏ। ଗତ ୧୮ ତାରିଖରେ ଜିଲାର ହରଭଙ୍ଗାରୁ ଗୋଟିଏ ବାଘ ଛାଲ, ଦୁଇଟି ହରିଣ ଚମଡା ଜବତ କରାଯାଇଥିବା ବେଳେ ପୁଣି ଗୁରୁବାର ଦିନ ଦୁଇଟି ବ୍ରଜକାପ୍ତା ଉଦ୍ଧାର କରାଯାଇଛି। ଏସବୁ ଉଦ୍ଧାର ଓ ଜବତରେ ଏସିଟିଏଫ କର୍ମଚାରୀଙ୍କ ଦ୍ୱାରା ଧରାପଡୁଥିବା ବେଳେ କିନ୍ତୁ ବୌଦ୍ଧ ବନବିଭାଗ ଟେର ପାଇପାରୁନାହି।
ମିଳିଥିବା ସୂଚନା ମୁତାବକ ବୌଦ୍ଧ ସହରର ବାଇପାଶ ରାସ୍ତାର ପଲାଶ ଠାରେ ଦୁଇଟି ବ୍ରଜ କାପ୍ତା ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ଏସଟିଫ କର୍ମଚାରୀଙ୍କ ଦ୍ୱାରା ଧରାପଡିଥିଲେ। ଏହି ଘଟଣାରେ ଦୁଇଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଶୀକାରୀ ମାନେ ହେଲେ ବଘିଆପଡା ଫାଣ୍ଡି ଅର୍ନ୍ତଗତ ଟିକରପଡା ପଂଚାୟତ ଜାମୁଖୋଲ ଗ୍ରାମର ଉତ୍ସବ କହଁର ଓ ପ୍ରଶାନ୍ତ ବେହେରା। ଏସଟିଏଫ କର୍ମଚାରୀ ମାନେ ଏମାନଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଜୀବନ୍ତ ବଜ୍ରକାପ୍ତା ମଧ୍ୟରୁ ଗୋଟିଏ ମାଇ ଓ ଗୋଟିଏ ଅଣ୍ଡିରା ହୋଇଥିବା ବେଳେ ଗୋଟିଏ ୧୩ କେଜି ଓ ଗୋଟିଏ ୧୦ କେଜି ଓଜନର ବୋଲି ଜଣାପଡିଛି। ଉଦ୍ଧାର କରାଯିବା ପରେ ଉକ୍ତ ଦୁଇ ବଜ୍ରକାପ୍ତାକୁ କୁଶଙ୍ଗ ଅଞ୍ଚଳର ଜଙ୍ଗଲରେ ଛଡା ଯାଇଥିବା ଜଣାପଡିଛି। ପ୍ରକାଶ ଥାଉକି ଗତ ୧୮ ତାରିଖରେ ଗୋଟିଏ ବାଘ ଛମଡା, ଦୁିଟି ହରିଣ ଚମଡା ଉଦ୍ଧାର ହୋଇଥିବା ବେଳେ ପୁର୍ବରୁ ତିନିଥର ବାଘ ଚମଡା, ଦୁଇଟି ହାତୀ ମୃତ୍ୟୁ ଓ ପୁର୍ବରୁ ମଧ୍ୟ ବ୍ରଜକାପ୍ତା ଉଦ୍ଧାର କରାଯାଇ ମାମଲା ରୁଜୁ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories