www.samajalive.in
Sunday, December 14, 2025
17.1 C
Bhubaneswar

ପୋଲ ପାଲଟିଛି ମରଣଯନ୍ତା

ବୌଦ୍ଧ : ବୌଦ୍ଧ ଜିଲା ଦେଇ ଯାଇଛି ୫୭ ନମ୍ବର ଜାତୀୟ ରାଜପଥ। ରାଜପଥଟି ମନମୁଣ୍ଡା ଠାରୁ ନୟାଗଡ ସୀମାନ୍ତ ବଦଳା ପର୍ଯ୍ୟନ୍ତ ପାଖାପାଖି ୧୧୦ କିିମି ରହିଛି। ଏହି ରାଜପଥରେ ବୌଦ୍ଧ ଜିଲାରେ ସଡକ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ହେବାରେ ଲାଗିଛି। ଜାତୀୟ ରାଜପଥର ଚାରିଛକ ଠାରୁ ବଦଳା ପର୍ଯ୍ୟନ୍ତ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଅଛି। ସଡ଼କ ଦୁର୍ଘଟଣା ଘଟୁଥିଲେ ବି ଜାତୀୟ ରାଜପଥ ବିଭାଗ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ନ ଦେବା ପରିତାପର ବିଷୟ। ଅପରପକ୍ଷରେ ଜାତୀୟ ରାଜପଥର ହରେକୃଷ୍ଣପୁର ପୋଲ ଏବେ ଯାତ୍ରୀମାନଙ୍କ ପାଇଁ ବିପଦ ହୋଇଥିବା ସହ ମରଣ ଯନ୍ତାରେ ପରିଣତ ହୋଇଛି। ପୁର୍ବରୁ ରାଜରାଜୁଡା ଅମଳର ଥିବା ପୋଲରେ ବହୁ ବାର ଦୁର୍ଘଟଣା ହେବା ସହ ବହୁ ଲୋଙ୍କ ଜୀବନ ହାନି ହୋଇଛି। ଲୋକଙ୍କ ଦାବୀ ପରେ ବର୍ତ୍ତମାନ ସେଠାରେ ଏକ ନୂତନ ଓସାରିଆ ପୋଲ ନିର୍ମାଣ କରାଯାଇଛି। କିନ୍ତୁ ନୁତନ ପୋଲଟି ବର୍ତ୍ତମାନ ଲୋକଙ୍କ ପାଇଁ ବିପଦ ଦେଖାଦେଇଛି। ପୋଲ ଉପରୁ କଂକ୍ରିଟ ଉଠିଯାଇ ପୋଲ ଉପରେ ଲୁହାଛହ ଗୁଡିକ ବାହାରି ବିପଦ ଦେଖାଦେଇଛି। ପୋଲ ନିର୍ମାଣରେ ଠିକା ସଂସ୍ଥା ଦ୍ୱାରା ଅତି ନିମ୍ନମାନର କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ପୋଲ ଉପରେ ବହୁବାର ଜାତୀୟ ରାଜପଥ ବିଭାଗ ପକ୍ଷରୁ ମରାମତି କରାଯାଉଥିଲେ ମଧ୍ୟ ତାହା କାମରେ ଆସୁନି। ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଯାନବାହାନ ଚଳାଚଳ କରୁଅଛି। ପୋଲକୁ ଦେଖିଲେ ବିଶେଷତଃ ମଟରସାଇକେଲେ ଆରୋହିଙ୍କ ପାଇଁ ବିପଦ ଏକ ପ୍ରକାର ଜଗିରହିଛି। ପ୍ରତିଦିନ ଜିଲା ପ୍ରଶାସନର ବଡ ବଡ ଅଧିକାରୀ ଏହି ରାସ୍ତା ଦେଇ ଯାଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ପଡିପାରେନାହିଁ। ବାରମ୍ବାର ପୋଲ ବିପଦପୁର୍ଣ୍ଣ ଭାବେ ରହୁଥିବା ବେଳେ ଆଉ କେତେ ଦୁର୍ଘଟଣା ଘଟିଲେ ଚେତିବ ଜାତୀୟ ରାଜପଥ ବିଭାଗ। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories