ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମର ୫୭ ନଂ ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବୌଦ୍ଧ ପୁଲିସ । ଏହା ସହିତ ମୃତଦେହ ନିକଟରେ ପଡିଥିବା ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୁଲିସ ।
ସୁଚନା ମୁତାବକ ସରସରା ଗ୍ରାମର ଅନାମୁ ମିର୍ଦ୍ଧା ନାମକ ବ୍ୟକ୍ତିଙ୍କ ମୃତଦେହ ରାସ୍ତାକଡର ଏକ ଧାନ ବିଲରେ ପଡିଥିବା ଦେଖିବାକୁ ମିଳିଛି । ଅନାମୂ ମିର୍ଦ୍ଧା ଙ୍କୁ ଟାଙ୍ଗିଆରେ ହତ୍ୟା କରାଯାଇଥିବା ପାରି ପାର୍ଶ୍ବିକ ପରିସ୍ଥିତିରୁ ଜଣାପଡୁଛି । ଅନ୍ୟପଟେ ଅନାମୂ ମିର୍ଦ୍ଧା ମଦ୍ୟପାନ କରୁଥିବା ବେଳେ କାହା ସହ କଳହ ହୋଇନଥିବା ସହ ତାଙ୍କ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟପଟେ ପରିବାର ଲୋକ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।
ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର
Popular Categories



