www.samajalive.in
Monday, December 15, 2025
16.1 C
Bhubaneswar

ପୁଲିସ ଫାଇରିଂ ରେଞ୍ଜ ନିକଟରେ ହାତୀପଲ !

ବୌଦ୍ଧ:ଗତ ତିନି ବର୍ଷ ହେଲା ହାତୀପଲ ବୌଦ୍ଧ ଜିଲାରେ ସ୍ଥାୟୀ ଭାବରେ ରହି ଆସୁଛନ୍ତି। ଜଙ୍ଗଲ ମଧ୍ୟରେ ରହି ଧାନ ଅମଳ ହେବା ସମୟରେ ଜଙ୍ଗଲ ସଂଲଗ୍ନ ଗ୍ରାମ ନିକଟକୁ ଆସୁଛନ୍ତି। ଚଳିତ ମାସରେ ମଧ୍ୟ ଜଙ୍ଗଲ ନିକଟ ମେନିଆପାଜୁ ଗ୍ରାମରେ ଫସଲ ନଷ୍ଟ କରିଛନ୍ତି। ତେବେ ରବିବାରଠାରୁ ଏକ ହାତୀପଲ ବୌଦ୍ଧ-ବଘିଆପଡ଼ା ରାସ୍ତାର ସରକାରୀ ପଲିଟେକ୍ନିକ ପଛପଟ ଗୌଡ଼ଦେଇ ପାହାଡ଼କୁ ଆସିଛନ୍ତି। ଏହି ପଲରେ ପ୍ରାୟ ୮/୧୦ ହାତୀ ଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାଯାଇଛି। ହାତୀ ପଲ ଯୋଗୁଁ ବ୍ରାହ୍ମଣୀପାଲି ଓ କନକିପୁର ଆଦି ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଅଭିଯୋଗ କରିଛନ୍ତି।

 

- Advertisement -

ସୋମବାର ଗୌଡ଼ଦେଇ ପାହାଡ଼ତଳେ ଥିବା ପୁଲିସ ଫାଇରିଂ ରେଞ୍ଜରେ ଯବାନଙ୍କ ବନ୍ଧୁକ ଚାଳନା ଅଭ୍ୟାସ ଅନୁଷ୍ଠିତ ହୋଇଛି। ଗୁଳି ଶବ୍ଦରେ ଆତଙ୍କିତ ହୋଇ ହାତୀମାନେ ଖୁବ ଜୋରରେ ଚିତ୍କାର କରୁଥିବା ସ୍ଥାନୀୟ ଲୋକେ ଶୁଣିଥିବା ପ୍ରକାଶ କରିଛନ୍ତି। ବନ୍ଧୁକ ଚାଳନା ଅଭ୍ୟାସ ହେବା ପୂର୍ବରୁ ବନ ବିଭାଗ ପକ୍ଷରୁ ହାତୀଙ୍କ ଉପସ୍ଥିତି ବିଷୟରେ ସଂପୃକ୍ତ ବିଭାଗକୁ ସୂଚନ ଦେବା ଜରୁରୀ। ବନ ବିଭାଗର ଏଭଳି ଅବହେଳା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୁଳି ଶବ୍ଦରେ ଆତଙ୍କିତ ହୋଇ ହାତୀପଲ ଅଧିକ ହିଂସ୍ର ହୋଇ ଜନବସତିକୁ ଆକ୍ରମଣ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏ ବିଷୟରେ ଡିଏଫଓ ଦେବପ୍ରିୟ କମ୍ପ  ହାତୀ ଥିବାରୁ ବନ୍ଧୁକ ଚାଳନା ଅଭ୍ୟାସ ବନ୍ଦ କରାଯାଇଛି ବୋଲି କହିଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories