www.samajalive.in
Saturday, December 6, 2025
17.1 C
Bhubaneswar

ମନୋରମା ମହାପାତ୍ରଙ୍କ ବିୟୋଗରେ ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା 

ବୌଦ୍ଧ : ସମାଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା,ଖ୍ୟାତନାମା ସାହିତ୍ୟିକା,ବାଗ୍ମୀ,ଛାତ୍ର ବତ୍ସଳା ଅଧ୍ୟାପିକା, ସାମ୍ବାଦିକତା ସହିତ ସାହିତ୍ୟ ସାଧନାରେ ଅଗ୍ରଗଣ୍ୟ ମନୋରମା ମହାପାତ୍ରଙ୍କ ବିୟୋଗରେ ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ସ୍ମୃତି ସଭା ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗୀୟା ମନୋରମାଙ୍କ ଫଟୋଚିତ୍ରରେ ସଂଘ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ବୌଦ୍ଧ ମାଟି ପ୍ରତି ମନୋରମାଙ୍କ ଅହେତୁକ ଦୁର୍ବଳତା ଥିବା ସହିତ ତାଙ୍କ ସହିତ ପରିଚିତ ଅନେକ ବ୍ୟକ୍ତିବିଶେଷ ଆଜି ମଧ୍ୟ ତାଙ୍କର ଆମାୟିକ ବ୍ୟବହାରକୁ ମନେ ପକାଉଥିବା ନେଇ ବୈଠକରେ ମତପ୍ରକାଶ ପାଇଥିଲା। ସ୍ୱର୍ଗୀୟା ମନୋରମାଙ୍କ ସ୍ୱାମୀ ସ୍ୱର୍ଗତ ପଦାରବିନ୍ଦ ମହାପାତ୍ର ବୌଦ୍ଧରେ ଅତିରିକ୍ତ ବନସଂରକ୍ଷକ ଭାବରେ କାର୍ଯ୍ୟ କରୁଥିବା ସମୟରେ ସେ ଅନେକ ସମୟ ବୌଦ୍ଧରେ ବିତାଇଥିଲେ। ଅନେକ ସମୟରେ ଲୋକସେବକ ମଣ୍ଡଳ ପକ୍ଷରୁ ବୌଦ୍ଧରେ ରିଲଫ ବଣ୍ଟନ ପାଇଁ ପହଞ୍ଚିଥିବା ସ୍ୱର୍ଗୀୟା ମହାପାତ୍ର ତାଙ୍କର ପରିଚିତ ଲୋକମାନଙ୍କୁ ଡକାଇ ଆଲୋଚନା କରୁଥିଲେ। ମନୋରମାଙ୍କ ପରଲୋକ ରାଜ୍ୟର ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରର ଏକ ଅପୂରଣୀୟ କ୍ଷତି ବୋଲି ସ୍ମୃତି ସଭାରେ ସାମ୍ବାଦିକମାନେ ମତପ୍ରକାଶ କରିଥିଲେ। ଏହି ସ୍ମୃତି ସଭାରେ ଜିଲା ସମାଜ ପ୍ରତିନିଧି ଶଶାଙ୍କ ଶେଖର ମିଶ୍ର,ଦେବାଶିଷ ପୁରୋହିତ,ସଜ୍ଜନ କୁମାର ଅଗ୍ରୱାଲା,ଶଙ୍କର ପ୍ରସାଦ ମିଶ୍ର,ପ୍ରମୋଦ କୁମାର ବାଘ ଓ ରବିନ୍ଦ୍ର କୁମାର ରାଉତ ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିଥିଲେ। ଶେଷରେ ସଂଘର ସମ୍ପାଦିକା ପ୍ରଣତି ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories