www.samajalive.in
Friday, December 5, 2025
20.1 C
Bhubaneswar

ଦାୟିତ୍ବ ଗ୍ରହଣ ପରେ ଆକ୍ସନ ମୋଡ଼୍‌ରେ ମୁଖ୍ୟମନ୍ତ୍ରୀ ଚନ୍ନି

ଚଣ୍ଡିଗଡ: ଚରଣଜିତ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯାଇ ଦାୟିତ୍ବ ଗ୍ରହଣ କରିଛନ୍ତିି। ଏହାପରେ ସେ ତାଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ଚନ୍ନିଙ୍କୁ ଆକ୍ସନ ମୋଡ଼୍‌ରେ ଦେଖିବାକୁ ମିଳଥିଲା।

ସେ ପଞ୍ଜାବର କୃଷକଙ୍କ ସମସ୍ତ ବକେୟା ବିଲ୍ ଛାଡ କରିବାକୁ ଘୋଷଣା କରିଛନ୍ତି। ଚନ୍ନି କହିଛନ୍ତି, ଯଦି କୃଷକମାନଙ୍କ ଉପରେ କୌଣସି ପ୍ରକାରର ଆଞ୍ଚ ଆସେ, ତେବେ ମୁଁ ମୋର ଗଳା ଆଗକୁ ବଢାଇଦେବି। ତିନି କୃଷି ନିୟମ ପ୍ରତ୍ୟାହାର କରାଯିବା ଉଚିତ୍ ବୋଲି କହିବା ସହ ଏହି ଆଇନ୍‌କୁ ଫେରାଇ ନେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ବୋଲି କହିଛନ୍ତି। ନିଜକୁ ଜଣେ ସାଧାରଣ ବ୍ୟକ୍ତି ଭାବରେ ବର୍ଣ୍ଣନା କରି ସେ ପଞ୍ଜାବ ହାଇକମାଣ୍ଡକୁ ଧନ୍ୟବାଦ ଜଣାଇଛନ୍ତି। ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ସମ୍ପୂର୍ଣ୍ଣ ଦଳକୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -

ସେ କହିଛନ୍ତି, କୃଷକଙ୍କ ସଂଘର୍ଷରେ ପଞ୍ଜାବ ସରକାର ସର୍ବଦା ଠିଆ ହେବ। ମୋତେ କିଛି ସମୟ ଦରକାର, ତୁମର ସମସ୍ତ ଦାବି ପୂରଣ ହେବ। ମୋତେ ବିଶ୍ୱାସ କର ପ୍ରତ୍ୟେକ ଅଭିଯୋଗର ସମାଧାନ ହେବ। ତାଙ୍କୁ ହାଇକମାଣ୍ଡ ତରଫରୁ ୧୮ଟି ପ୍ରସଙ୍ଗକୁ ନେଇ ତାଲିକା ମିଳିଛି। ଯାହାକୁ ସେ ନିଜ କାର୍ଯ୍ୟକାଳ ଭିତରେ ହିଁ ପୂରଣ କରିବେ।

ମୁଖ୍ୟମନ୍ତ୍ରୀ ହେଉ ହେଉ ହିଁ ଚନ୍ନି କୃଷକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ପାଣି ଏବଂ ବିଦ୍ୟୁତ୍‌ ବିଲ୍‌ ଛାଡ୍‌ କରିବା ପାଇଁ ଘୋଷଣା କରିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ। ଯଦି କୌଣସି ଗରିବର ବିଲ୍‌ ପୈଠ ନ କରିବା କାରଣରୁ ବିଦ୍ୟୁତ୍ କାଟ ହୁଏ, ତେବେ ଆମେ ତାଙ୍କ ସମସ୍ତ ଦେୟ ଛାଡ଼ କରି ତାଙ୍କ ଘରକୁ ପୁନଃ ବିଦ୍ୟୁତ୍ ସଂଯୋଗ କରାଇଦେବୁ। ଚାଷୀଙ୍କ ପାଇଁ ଏଣିକି ବିଦ୍ୟୁତ୍ ବିଲ୍ ମାଗଣା ହେବ। କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବରେ ବହୁତ ଭଲ କାମ କରିଥିଲେ ବୋଲି ଚନ୍ନି କହିଛନ୍ତି। ଏବେ ପଞ୍ଜାବର ଉନ୍ନତି କରିବାର ଅଛି ଏବଂ କଂଗ୍ରେସକୁ ମଜଭୁତ୍ କରିବାର ଅଛି ବୋଲି ସେ କହିଛନ୍ତି। ଧର୍ମଘଟରେ ଯାଇଥିବା ସରକାରୀ କର୍ମଚାରୀଙ୍କୁ କର୍ମକ୍ଷେତ୍ରକୁ ଫେରିବା ପାଇଁ ସେ ନିବେଦନ କରିଛନ୍ତି ଏବଂ କର୍ମଚାରୀଙ୍କ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories