www.samajalive.in
Saturday, December 13, 2025
27.1 C
Bhubaneswar

ବାଦିକଟା ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ

ବୌଦ୍ଧ: ଦଧିବାବନ ହାଇସ୍କୁଲ ବାଦିକଟା ଠାରେ ପୁରାତନ ଛାତ୍ରମାନଙ୍କୁ ନେଇ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବାଉଁଶୁଣି ହାଇସ୍କୁଲ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ମିଶ୍ର, ସମ୍ମାନିତ ଅତିଥି ଭାବରେ ଅଁଳାପାଲି ସାଧନା କେନ୍ଦ୍ରର ସିଆରସି ଅରବିନ୍ଦ ମହାଲିକ, ମୋ ସ୍କୁଲ ଅଭିଯାନ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ଲିଙ୍ଗରାଜ ମିଶ୍ର, ହାଇସ୍କୁଲ ଶିକ୍ଷକ ମାଧବ ମେହେର, ସନ୍ତୋଷ କୁମାର ଖଟୁଆ, ଆଶିଷ କୁମାର ଦେହୁରୀ, ଲକ୍ଷ୍ମୀଧର ରଥ, ନଟବର ମିଶ୍ର ଉପସ୍ଥିତ ଥିଲେ।ସଭାର ସର୍ଵ ସମ୍ମତି କ୍ରମେ ପୁରାତନ ଛାତ୍ରମାନଙ୍କ ତରଫରୁ ସୁଶାନ୍ତ ବାଘଙ୍କୁ ସଭାପତି ଭାବରେ ମନୋନୀତ କରିଥିଲେ। ମୋ ସ୍କୁଲ ଅଭିଯାନ ଆଭିମୁଖ୍ୟ ଉପରେ ମୁଖ୍ୟଅତିଥି ଆଲୋଚନା କରିଥିଲେ ।ହାଇସ୍କୁଲର ପୁରାତନ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶିକ୍ଷକ ଲିଙ୍ଗରାଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories