ବୌଦ୍ଧ: ବୌଦ୍ଧ ବ୍ଲକ ତାଳସରଡ଼ା କ୍ଲଷ୍ଟର ଟାଇଞ୍ଜନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟରସ୍ତରୀୟ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିଲା। ମୁଖ୍ୟଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ ଶିଖିବାଲାଗି ଶିଷ୍ୟ ହେବାକୁ ହେବ, ଜ୍ଞାନୀ ଲୋକ ସିଏ ଯିଏ ନିଜର ଅଜ୍ଞତାକୁ ଜାଣେ, ୫ଟି ଆଧାରରେ ଶିକ୍ଷକମାନେ ଶିକ୍ଷାଦାନ କରିବା ଉଚିତ, ଗୁଣାତ୍ମକ ଶିକ୍ଷାରେ ଶିକ୍ଷକମାନଙ୍କ ଭୂମିକା ଅଧିକ ବୋଲି ବକ୍ତବ୍ୟ ରଖି ଶିକ୍ଷକ ସମାବେଶରେ ସାମିଲ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ।
ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ସଭାରେ ଅଧ୍ୟକ୍ଷତା କରିଥିଲେ। ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କମଳକାନ୍ତ ଦଳବେହେରା ଇକୋ କ୍ଳବ, ପରିବା ବଗିଚା, ମୋ ସ୍କୁଲ ଅଭିଯାନ ଓ ଉତ୍ତମ ଶିକ୍ଷାଦାନ ପାଇଁ ଗୋଷ୍ଟୀ ଶିକ୍ଷା କାର୍ୟ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା ବୋଲି ସୂଚାଇ ଥିଲେ।



