www.samajalive.in
Wednesday, December 10, 2025
16.1 C
Bhubaneswar

ମୋହନାରେ ନାହିଁ କାଞ୍ଜିଆ ହୁଦା , ବର୍ଷା ଦିନେ ବ୍ଲକ କାର୍ଯ୍ୟାଳୟ ପାଲଟିଛି କାଞ୍ଜିଆ ହୁଦା

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ମୋହନା ସହରରେ ପ୍ରତ୍ୟେକ ଦିନ ରାତି ପାହିଲେ ପଲ ପଲ ଗାଈ , ଗୋରୁ  ମୁଖ୍ୟ ରାସ୍ତା, ସାହି ଗଳି କନ୍ଦିରେ ବୁଲିବା ସହ ଘଣ୍ଟା ଘଣ୍ଟା ଧରି ଶୋଇ ରହୁଛନ୍ତି । ଯାହାଫଳରେ ଟ୍ରାଫିକ ସମସ୍ୟା ଦେଖାଦେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି। ରାତିରେ ଜାତୀୟ ରାଜପଥ ୩୨୬କୁ ଅବରୋଧ କରି ଶୋଇଥାନ୍ତି। ଏଣୁ ବହୁ ସମୟ ଲୋକେ ଦୃର୍ଘଟଣାର ଶିକାର ହେଉଛନ୍ତି । ଗତ ଦୁଇ ଦିନ ତଳେ ଲଘୁଚାପ ବର୍ଷାରେ ଗାଈ, ଗୋରୁ ମାନେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ମୋହନା ବ୍ଲକ କାର୍ଯ୍ୟାଳୟ ଭିତରେ ବହୁ ସମୟ ଧରି ପଶି ରହିଥିଲେ। ଏହି ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ପକ୍ଷରୁ ଲିଖିତ ଦାବୀ ପତ୍ର ଦିଆଯାଇଛି। ତଥାପି ସୁଫଳ ମିଳୁନି। ଏଣୁ ପ୍ରଶାସନ ପକ୍ଷରୁ ମୋହନାରେ ଏକ କାଞ୍ଜିଆ ହୁଦା ନିର୍ମାଣ କରିବା ପାଇଁ ସ୍ଥାନିୟ ବାସିନ୍ଦା ଦାବି କରିଛନ୍ତି। ଆଜିକୁ ଦୀର୍ଘ ବର୍ଷ ବିତିଲାଣି କୌଣସି ସୁଫଳ ମିଳିନି କି ନିର୍ମାଣ ହୋଇପାରୁନି କାଞ୍ଜିଆ ହୁଦା । ଅପରପକ୍ଷେ ଗାଇ, ଗୋରୁ ରଖିଥିବା ମାଲିକ ମାନେ କ୍ଷୀର ଦୁହିଁବା ପରେ ଛାଡି ଦିଅନ୍ତି  ପୋଶା ଜନ୍ତୁଙ୍କୁ । ରାସ୍ତା ଘାଟରେ ଆଗରୁ ଅନେକ ଥର ଯୁବ ଗୋଷ୍ଠୀ ରାତିରେ ଗାଈ ମାନଙ୍କୁ ଓଡ଼େଇ ନେଇ ରାତିରେ ଖାଇବାକୁ ଦେଇ ରଖିଥିଲେ । ଯେଉଁ ମାନଙ୍କ ଗାଈ ସେମାନେ ପଞ୍ଚାୟତକୁ ଜରିମାନା ଦେଇ ଗାଈ, ଗୋରୁ ନେବେ । ଏହା ସହ ବଜାର କିମ୍ବା ରାସ୍ତାକୁ ଗାଈ ଛାଡିବେ ନାହିଁ ବୋଲି କୁହାଯାଇଥିଲା ତାହାକୁ ମଧ୍ୟ କିଛି ଆସାଧୁ ଗାଈ ମାଲିକ ବିରୋଧ କରି ପୁଣି ରାସ୍ତା ଉପରକୁ ଗାଈ ଛାଡ଼ୁଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ମୋହନା ଠାରେ ଏକ କାଞ୍ଜିଆ ହୁଦା ନିର୍ମାଣ କରିବା ସହ ଗାଈ ମାଲିକ ପ୍ରତି ଦୃଡ଼ ପଦକ୍ଷେପ ନେବା ପାଇଁ ଗ୍ରାମ ବାସୀ ଦାବି କରିିଛନ୍ତି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories