ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ବୟାଳି ଗ୍ରାମର ଜନୈକା ବୋହୂ କୁ ଶାଶୁଙ୍କୁ ଆକ୍ରମଣ କରିବା ମାମଲାରେ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ହୋଇଥିବା ବୋହୂ ଜଣଙ୍କ ସଞ୍ଜୁକ୍ତା ନାୟକ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ସଞ୍ଜୁକ୍ତା ବୟାଳି ଗ୍ରାମର ରମେଶଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ।ଏହାରି ମଧ୍ୟରେ ବିବାହର ଅନେକ ବର୍ଷ ବିତିଯାଇଥିବା ବେଳେ ଅନେକ ସମୟ ରେ ସଞ୍ଜୁକ୍ତା ଶାଶୁ ଠାରୁ ଅଲଗା ରହିବା ନେଇ ସ୍ବାମୀ ସହିତ ଝଗଡା କରି ଆସୁଥିଲେ। ବୁଧବାର ଦିନ ଶାଶୁ ସାଇବାଣୀ ନାୟକ (୭୦) ବର୍ଷ ଘରେ ଥିବା ବେଳେ କୈାଣସି କଥାକୁ ନେଇ ବୋହୂ ସଞ୍ଜୁକ୍ତା ଶାଶୁ ସାଇବାଣୀ ସହ ଝଗଡା କରିବା ସହ ଶାଶୁ କୁ ଆକ୍ରମଣ କରିଥିଲେ।
ଏହି ଘଟଣାରେ ଶାଶୁ ଗୁରୁତର ଆହାତ ହୋଇଥିଲେ ଘଟଣା ନେଇ ସଞ୍ଜୁକ୍ତା ସ୍ବାମୀ ତଥା ସାଇବାଣୀ ଙ୍କ ପୁଅ ରମେଶ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୫୧/୨୧ ରେ ଏକ ମାମଲା ରୁଜୁ କରିବା ସହ ଆଜି ବୋହୂ ସଞ୍ଜୁକ୍ତା କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ବୋହୂକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।



