www.samajalive.in
Sunday, December 7, 2025
18.1 C
Bhubaneswar

ବୌଦ୍ଧ ଜିଲ୍ଲା ସଟଡାଉନ; ପିଲାଠୁ ବୁଢା ସମସ୍ତେ ଗୃହବନ୍ଦୀ

ଅତ୍ୟାବଶ୍ୟକ ସାମଗ୍ରୀ ଠେଲାରେ ବିକ୍ରୟ କରିବାକୁ ଅନୁମତି
ବୌଦ୍ଧ,: ଦୀର୍ଘ ଚାରିଦିନ ହେଲା ବୌଦ୍ଧଜିଲ୍ଲା ସଟଡାଉନରେ ରହିଛି। ପିଲାଠୁ ବୁଢା ସମସ୍ତେ ଗୃହବନ୍ଦୀ। ବାହାରକୁ ବାହାରିଲେ ଫାଇନର ଭୟ। ସକାଳେ ସନ୍ଧ୍ୟାରେ ଶରୀର ଫିଟ ରଖିବାକୁ ଲୋକମାନଙ୍କ ଚଲାବୁଲା ମଧ୍ୟ ପ୍ରାୟତଃ ବନ୍ଦ ହୋଇଯାଇଛି। ପୋଲିସ ପକ୍ଷରୁ ପେଟ୍ରୋଲିଂ ସହିତ ଜିଲ୍ଳାର ପ୍ରବେଶ ଦ୍ୱାର ଗୁଡିକରେ କଡା ଚେକିଂ ଜାରି ରହିଛି। ଏହିଭଳି ଘଡସନ୍ଧି ସମୟରେ ଜିଲ୍ଲାବାସୀ ଛଟପଟ ହେଉଥିବାବେଳେ ଖଟିଖିଆ ଲୋକଙ୍କ ରୋଜଗାର ଓ ପେଟର ଦାନା ଛଡାଇ ନେଇଛି କରୋନା। ସମସ୍ତ ସରକାରୀ କାର୍ୟ୍ୟାଳୟକୁ ମଧ୍ୟ ବନ୍ଦ ରଖାଯାଇ କର୍ମଚାରୀମାନଙ୍କୁ ଘରେ ରହି କାର୍ୟ୍ୟ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ବରୁ ୩୧ ତାରିଖ ଯାଏ ଜିିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଥିଲା। ଆଜି ବୌଦ୍ଧ ସହରରେ ବସୁଥିବା ସାପ୍ତାହୀକ ଶନିବାର ହାଟ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିବ ବୋଲି ଅନେକ ବ୍ୟବସାୟୀ ଆଶାବଦୀ ଥିଲେ। ହେଲେ ଗତକାଲି ଅପରାହ୍ନରେ ପ୍ରଶାସନ ପକ୍ଷରୁ ଲକଡାଉନ ଓ ସଟଡାଉନ ପାଇଁ ନୂତ୍ତନ ମାର୍ଗଦର୍ଶିକା ପ୍ରକାଶ ପାଇବା ସହିତ ଆସନ୍ତା ୯ ତାରିଖ ପର୍ୟ୍ୟନ୍ତ ଶୁକ୍ରବାର ଠାରୁ ରବିବାର ପର୍ୟ୍ୟନ୍ତ ସଟଡାଉନ ଓ ସୋମବାର ଠାରୁ ଗୁରୁବାର ପର୍ୟ୍ୟନ୍ତ ଲକଡାଉନ ଘୋଷଣା ପରେ ବ୍ୟବସାୟୀମାନେ ବ୍ୟସ୍ତ ବିବ୍ରତ ହୋଇପଡିଥିବା ଦେଖାଯାଇଛି। ଏହାବ୍ୟତୀତ ଲଗାତାର ୫ ଦିନ ସଟଡାଉନ ଘୋଷଣା ହେବା ଯୋଗୁଁ ସାଧାରଣ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅତ୍ୟାବଶକୀୟ ସାମଗ୍ରୀ ବିଶେଷ ଭାବରେ ପନିପରିବା ସଂଗ୍ରହ ପାଇଁ ତିନିଦିନ ପରେ ଗୋଟିଏ ଦିନ ହେଲେ ଲୋକଙ୍କ ସୁବିଧା ଦେବା ଉଚିତ ବୋଲି ସହରବାସୀ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏ ସଂପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି। ତେବେ ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ପ୍ରଶାସନ ପକ୍ଷରୁ ସଟଡାଉନ ଓ ଲକଡାଉନ ସମୟରେ ଲୋକଙ୍କ ପାଖରେ ଅତ୍ୟାବଶକୀୟ ସମାଗ୍ରୀ ପହଞ୍ଚାଇବା ଓ ଜନଗହଳି ହ୍ରାସ କରିବା ପାଇଁ ଠେଲା ଓ ପିକଅପ ଭ୍ୟାନ୍‍ ଯୋଗେ ସାହି ସାହି ବୁଲି ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅନୁମତି ପ୍ରଦାନ କରିଛନ୍ତି। ଫଳରେ କରୋନା କଟକଣା ନେଇ ଚିନ୍ତାରେ ଥିବା ପନିବାରବା ଚାଷୀମାନେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। କିନ୍ତୁ କରୋନା କଟକଣା ଯୋଗୁଁ ମଧ୍ୟବିତ୍ତ ବ୍ୟବସାୟୀମାନେ ପ୍ରବଳ କ୍ଷତିଗ୍ରସ୍ତ ହୋଇଥିବାରୁ ଏ ସଂପର୍କରେ ବଣିକ ସଂଘ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାଯାଇଛି। କୋଭିଡ ନିୟମକୁ ପାଳନ କରି ଦୋକାନ ବଜାର ଖୋଲିବାକୁ ଅନୁମତି ଦେବାକୁ ବଣିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିବା ଜଣାଯାଇଛି। ତେବେ ଏ ସଂପର୍କରେ କୌଣସି ନିଷ୍ପତି ହୋଇପାରିନାହିଁ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories