www.samajalive.in
Saturday, December 6, 2025
23.1 C
Bhubaneswar

ଆସିବ ‘ବର୍ଡର-୨’- ଘୋଷଣା କଲେ ସନ୍ନି ଦେଓଲ୍‌‌

ମୁମ୍ବଇ: ୧୯୯୭ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ବର୍ଡର’ର ସିକ୍ୱେଏଲ ‘ବର୍ଡର-୨’ ଆସିବାକୁ ଯାଉଛି। ଅନେକ ଦିନ ହେବ ‘ବର୍ଡର-୨’ ଫିଲ୍ମ ନିର୍ମାଣ ନେଇ ଚର୍ଚ୍ଚା ଲାଗି ରହିଥିଲା। ବର୍ତ୍ତମାନ ପ୍ରଶଂସକମାନଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ବଲିଉଡ ଷ୍ଟାର ସନ୍ନି ଦେଓଲ୍‌‌ ନିଜେ ‘ବର୍ଡର-୨’ ଆସିବା ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ‘ବର୍ଡର-୨’ ପ୍ରଥମ ଝଲକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସନ୍ନି। ପୋଷ୍ଟରେ ସନି୍ନ ଲେଖିଛନ୍ତି ଯେ ୨୭ବର୍ଷ ତଳର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଜଣେ ଯବାନ ଫେରି ଆସୁଛନ୍ତି। ସନ୍ନିଙ୍କ ଏହି ପୋଷ୍ଟକୁ ଦେଖି ପ୍ରଶଂସକମାନେ ଖୁବ ପ୍ରଶଂସା କରିଛନ୍ତି।

 

View this post on Instagram

 

A post shared by Sunny Deol (@iamsunnydeol)

- Advertisement -

ଜେପି ଦତ୍ତା, ନିଧି ଦତ୍ତା ଏବଂ ଭୂଷଣ କୁମାର ପ୍ରଯୋଜକ ଥିବାବେଳେ ଅନୁରାଗ ସିଂହ ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି। ପୂର୍ବରୁ ଫିଲ୍ମ ପ୍ରସ୍ତୁତି ଜୋରଦାର ଚାଲିଥିବା ଗଣମାଧ୍ୟମକୁ କୁହାଯାଇଥିଲା। ବର୍ଡର ଫିଲ୍ମର ସଫଳତାକୁ ବିଚାର କରି ଏହାର ସିକ୍ୱଏଲ ନିର୍ମାଣ ନେଇ ଆଲୋଚନା ହେବା ସହିତ ଅକ୍ଟୋବରରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଇଥିଲା। ଫିଲ୍ମରେ କେଉଁମାନେ ଅଭିନେତାମାନେ ନଜର ଆସିବେ ସେନେଇ କୌଣସି ସୂଚନା ଦିଆଯାଇନାହିଁ। ୨୦୨୬ ଗଣତନ୍ତ୍ର ଦିବସରେ ଫିଲ୍ମଟି ରିଲିଜ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories