www.samajalive.in
Thursday, December 11, 2025
13.1 C
Bhubaneswar

ଚନ୍ଦ୍ରଶେଖର ଦାଶଙ୍କ ସ୍ମୃତିକଥା ସଂକଳନ ‘ଗାଁ କଥା’ର ଆଲୋଚନା ସଭା

ଭୁବନେଶ୍ବର: ବିସ୍ମୃତ ଗ୍ରାମ୍ୟ ଜୀବନର ଏକ ନିରୁତା ପ୍ରତିବେଦନ ହେଉଛି ଚନ୍ଦ୍ରଶେଖର ଦାଶଙ୍କ ‘ଗାଁ କଥା’ ପୁସ୍ତକ। ଗାଁକୁ ଭୋଗିଥିବା ପ୍ରତିଟି ମଣିଷ ଏ ପୁସ୍ତକ ମାଧ୍ୟମରେ ସ୍ମୃତିର ଆଇନାରେ ନିଜର ଅତୀତକୁ ଫେରିପାଇବେ ବୋଲି କହିଛନ୍ତି ପ୍ରସିଦ୍ଧ କଥାଶିଳ୍ପୀ ଡ. ଗୌରହରି ଦାସ। ‘ଗାଁ କଥା’ ପୁସ୍ତକ ଆଲୋଚନା ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଡ. ଦାସ ବହିର ଭାଷା ଓ ବର୍ଣ୍ଣନା ଶୈଳୀର ବେଶ୍‌ ପ୍ରଶଂସା କରିଥିଲେ।

ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପ୍ରକାଶିତ ‘ଗାଁ କଥା’ରେ ଲେଖକଙ୍କ ଚରିତ୍ର ଚୟନ, ଆଲେଖଗୁଡ଼ିକର ଭାଷା ଓ ବର୍ଣ୍ଣନା ଶୈଳୀ ବେଶ୍‌ ସାବଲୀଳ ବୋଲି ଡ. ଦାସ ମତ ଦେଇଥିଲେ। ଗମ୍ଭୀର କଥାଟିଏ ବଖାଣିବା ବେଳେ ଚନ୍ଦ୍ରଶେଖର ଦାଶଙ୍କ ଚଟୁଳ ହାସ୍ୟରସ ପ୍ରୟୋଗ ଏ ବହିଟିକୁ ଅଧିକ ପାଠକୀୟ ଶ୍ରଦ୍ଧା ଆଣିଦେବ ବୋଲି ମୁଖ୍ୟଅତିଥି ଆଶାବ୍ୟକ୍ତ କରିଥିଲେ।

- Advertisement -

ଚନ୍ଦ୍ରଶେଖର ଦାଶ ନିଜର ଲେଖକୀୟ ବକ୍ତବ୍ୟ ରଖି କହିଥିଲେ ଯେ ସେ ନିଜର ସ୍ମୃତିକଥାକୁ ନେଇ ପୁସ୍ତକ କରିବାର ସ୍ବପ୍ନ କେବେ ବି ଦେଖି ନ ଥିଲେ। ସାମାଜିକ ଗଣମାଧ୍ୟମରେ ନିଜର ଅତୀତର ଅନୁଭବ ସବୁ ବଖାଣିବା ସମୟରେ ଶୁଭେଚ୍ଛୁ ଓ ସହୋଦରଙ୍କ ଠାରୁ ଉତ୍ସାହ ପାଇଥିଲେ। ପରବର୍ତ୍ତୀ ସମୟରେ ଏହାକୁ ପୁସ୍ତକ ଆକାରରେ ପ୍ରକାଶନ ପାଇଁ ଶ୍ରଦ୍ଧାନୁବଦ୍ଧ ପାଠକମାନେ ପ୍ରଚୋଦିତ କରିଥିଲେ ବୋଲି ଶ୍ରୀ ଦାଶ କହିଥିଲେ।

ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏ ଆଲୋଚନା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ କଥାକାର ତଥା ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ମୁଖ୍ୟ ଆୟକ ଆୟୁକ୍ତ ପ୍ରଣବ ପ୍ରକାଶ ଦାସ, ଲେଖକ ତଥା ଏସେଲ୍‌ ମାଇନିଂ ସିଇଓ ଅଶୋକ କୁମାର ବଳ, ମୁଖ୍ୟ ରାଜ୍ୟ ସୂଚନା ଆୟୁକ୍ତ ସୁନୀଲ କୁମାର ମିଶ୍ର, ଅନୁଗୁଳ-ସୁକିନ୍ଦା ରେଳବାଇ ପରିଚାଳନା ନିର୍ଦ୍ଦେଶକ ଦିଲୀପ ସାମନ୍ତରାୟ, ବୀମା ଅମ୍ବୁଡ୍‌ସମ୍ୟାନ ସୁରେଶ ଚନ୍ଦ୍ର ପଣ୍ଡା, ସ୍ତମ୍ଭକାର ମନୋରଂଜନ ପାଣିଗ୍ରାହୀ, ତ୍ରୈଲୋକ୍ୟ ଜେନା, କବି ଶରତ କୁମାର ଦାଶ, ଡ ହିମାଂଶୁ ମହାପାତ୍ର, ଡ. ଯତୀନ୍ଦ୍ର କୁମାର ନାୟକ, ରମେଶ ଚନ୍ଦ୍ର ଖାଡ଼ଙ୍ଗା, ଶିବପଦ ସ୍ବାଇଁ, ଅଭୟ ଚରଣ ରାଉତ, ଯୁଗଳ କିଶୋର ମିଶ୍ର, ସଚ୍ଚିଦାନନ୍ଦ ମିଶ୍ର, ସୂର୍ଯ୍ୟ ଦାସ, ଅଶ୍ବିନୀ ବେହେରା, ଭାସ୍କର ଚନ୍ଦ୍ର ରଥ, ପୀୟୁଷ ପଟ୍ଟନାୟକ ଓ ଅସିତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ‘ଗାଁ କଥା’ ବହି ଉପରେ ବକ୍ତବ୍ୟ ରଖିଥିଲେ।

ଗାଁ କଥା ପୁସ୍ତକଟି ଭୁବନେଶ୍ବର ପୁରୁଣା ବସଷ୍ଟାଣ୍ଡ ଶିବଶକ୍ତି ଓ ମହାନ୍ତି ପୁସ୍ତକାଳୟ ସମେତ ଆମାଜନ୍‌ରେ ଉପଲବ୍ଧ ବୋଲି ପ୍ରକାଶକ ସୂଚନା ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories