ପୁଣି ବମିଖାଲ ଓଭର୍‌ ବ୍ରିଜରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ ଜଣେ ଗୁରୁତର

0

ଭୁବନେଶ୍ୱର:  ଭୁବନେଶ୍ୱର ବମିଖାଲରେ ନିର୍ମାଣ ହେଉଥିବା ଓଭର୍‌ ବ୍ରିଜରେ ପୁଣି ଦୁର୍ଘଟଣା ହୋଇଛି । ଏଥିରେ  ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ  ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ଏହାର ଲୁହା ରେଲିଂ ସବୁ ଦବି ଯାଇଥିଲା । ତାହା ତଳେ ୨ ଜଣ ଶ୍ରମିକ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକମାନେ ପ୍ରଥମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜଣେ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ । ପରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି  ଗ୍ୟାସ କଟର ସାହାଯ୍ୟରେ କାଟି ଆଉ ଜଣେ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ।   ଆନନ୍ଦ କୁମାର ନାୟକ ନାମକ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅଜୟ ଭୂମିଜ  ନାମକ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।

ଗତ ବର୍ଷ ସେପ୍ଟେମ୍ବର ମାସରେ  ଏହି ଓଭର୍‌ ବ୍ରିଜ ନିର୍ମାଣ ଚାଲିଥିବା ବେଳେ ଭୁଶୁଡି ପଡିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ଓ ୧୧ ଜଣ ଆହତ ହୋଇଥିଲେ।

Leave A Reply