www.samajalive.in
Saturday, December 6, 2025
15.1 C
Bhubaneswar

ବଲିଉଡ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ

ସମାଜ ଡିଜିଟାଲ ଡେସ୍କ: ୫୪ବର୍ଷ ବୟସରେ ବଲିଉଡ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି । ସିନେମା ଓ ଟିଭି ଜଗତରେ ବେଶ ପରିଚିତ ଚେହେରା ଥିଲେ ମୁକୁଲ । ସନ୍‍ ଅଫ୍‍ ସର୍ଦ୍ଦାର, ଜୟ ହୋ, ଆର ରାଜକୁମାର, ୟମଲା ପାଗଲା ଦିୱାନା, ପ୍ୟାର୍‍ ଜିନ୍ଦେଗୀ ହେ, କଭି କଭି ପ୍ୟାର୍‍ କଭି କଭି ୟାର୍‍, ୱାଜୁଦ ଭଳି ସିନେମାରେ ମୁକୁଲଙ୍କର ଦମଦାର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା । ମୁକୁଲ ଦେବ ଅଭିନେତା ରାହୁଲ ଦେବଙ୍କ ସାନ ଭାଇ ।

ଅଭିନେତା ବିନ୍ଦୁ ଦାରା ସିଂହ ଏକ୍ସରେ ପୋଷ୍ଟ କରି ମୁକୁଲ ଦେବଙ୍କ ଦେହାନ୍ତ ଖବର ଦେଇଛନ୍ତି । ସେ କହିଛନ୍ତି ଯେ ମୁକୁଲ କିଛି ଦିନ ହେବ ଅସୁସ୍ଥ ଥିବାରୁ ତାର ଚିକିତ୍ସା ଚାଲିଥିଲା । ୧୯୯୬ ମସିହାରେ ‘ମୁମକିନ୍‍’ ଧାରାବାହିକରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ବେଳେ ‘ଫିୟର ଫ୍ୟାକ୍ଟର ଇଣ୍ଡିଆ’ର ପ୍ରଥମ ସିଜିନ୍‍ ହୋଷ୍ଟ କରିଥିଲେ । ‘ଦସ୍ତକ’ ଫିଲ୍ମ ଜରିଆରେ ସୁସ୍ମିତା ସେନଙ୍କ ସହିତ ସ୍କ୍ରିନ ସେୟାର କରି ପ୍ରଥମେ ଚଳଚିତ୍ର ଜଗତରେ ଅଭିନୟ କରିଥିଲେ । ଯେଉଁଥିରେ ସେ ଏସିପି ରୋହିତ ମାଲହୋତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories