www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା: ୨୧ଦଫା ଦାବି ପୂରଣ କର

ବଲାଙ୍ଗିର: ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଜିଲାର ଜୀବନରେଖା। ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କୁ ଥଇଥାନ କରାଗଲା। କ୍ଷତିପୂରଣ ମଧ୍ୟ ମିଳିଲା। ପୁନର୍ବାସ କେନ୍ଦ୍ରରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ଥାପିତମାନେ ଆଜି ବି ମୋଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି।

ଆଜି ବଲାଙ୍ଗିର -ପାଟଣାଗଡ ରାଜ୍ୟ ରାଜପଥ-୪୨ର ରାଜପଥ ଝାଙ୍କରପାଲିଠାରେ ଗଡ଼ଶଙ୍କର ଡୁଙ୍ଗୁରିପାଲିର ବିସ୍ଥାପିତ ଲୋକ ରାସ୍ତା ଅବରୋଧ କରିଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଆଜି ସକାଳ ୮ ଟାରୁ ବିକ୍ଷୋଭ ଓ ଧାରଣାରେ ବସିଥିଲେ ବିସ୍ତାପିତ । ବିସ୍ତାପିତ ମାନେ କହିଛନ୍ତି ପ୍ରତିଶ୍ରୁତି ପ୍ରତାରଣା ପାଳଟିଛି । ପ୍ରଶାସନର ଜୁଲମ ଚଳିବ ନାହିଁ । ଆମ ଗାଁରେ ପାଣି ଦରକାର, ବିଜୁଳି ଦରକାର ବୋଲି ନାରା ଦେଇଛନ୍ତି ଧାରଣାରେ ବସିଥିବା ବିସ୍ତାପିତ ।

- Advertisement -

ଖବର ପାଇ ଉପଜିଲ୍ଲାପାଳ ବିକ୍ଷୋଭ ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଆଗାମୀ ସାତ ଦିନ ମଧ୍ୟରେ ଲୋକଙ୍କ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ୧୦ଟା୧୫ରେ ରାସ୍ତାରୋକ ହଟିଥିଲା। ବିସ୍ଥାପିତଙ୍କ ତରଫରୁ ୨୧ ଦଫା ଦାବି ଉପସ୍ଥାପନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories