ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଆଜି ଜାମିନ ମିଳିଛି । ୫୦ହଜାର ଟଙ୍କା ଓ ୨ଜାମିନଦାରଙ୍କ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । ପୁଲିସ ଏସ୍ଆଇ ପରୀକ୍ଷା ପାଇଁ ଆଶାୟୀମାନେ ହାଇଦ୍ରାବାଦ ଯାଉଥିଲେ । ଜାଲିଆତି ଧରାପଡିବା ପରେ ଏମାନଙ୍କୁ ଗିରଫ କରାଯାଇଥିଲା । ଓଡ଼ିଶାରୁ ବିଜୟୱାଡା ଯିବା ବେଳେ ଗିରଫ କରିଥିଲା ପୁଲିସ । ସେପଟେ ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି ।
Popular Categories



