www.samajalive.in
Friday, December 5, 2025
17.1 C
Bhubaneswar

ଛାତ୍ରୀଙ୍କୁ ଗଳା କାଟି ହତ୍ୟା ଘଟଣା ; ପୁରୁଷ ବନ୍ଧୁ ସହ ୨ ଗିରଫ

ବଲାଙ୍ଗୀର : ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଳା କାଟି ହତ୍ୟା ଘଟଣାର ଶନିବାର ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ ଘଟଣାରେ ଉକ୍ତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ସମେତ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ଏହାସହ ଅନ୍ୟ ଜଣେ ଫେରାର ରହିଛି। ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିଛି ପୁଲିସ। ତିକ୍ତତା ପରେ ପ୍ରେମ ସମ୍ପର୍କ ତୁଟାଇବାକୁ ଛାତ୍ରୀ ଚାହିଁବାରୁ ଏହି ହତ୍ୟାକାଣ୍ଡ ଘଟିଛି। ଘର ବାହାରେ ଥିବା ଏକ କଟୁରୀରେ ହାଣି ହତ୍ୟା କରିଥିଲା ପୁରୁଷ ବନ୍ଧୁ। ଯୋଜନାବଦ୍ଧ ନୁହେଁ , ହଠାତ୍‌‌ ଉତ୍ତ୍ୟକ୍ତ ହୋଇ ହତ୍ୟା କରିଥିଲା। ଏନେଇ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ୍‌‌ଡିପିଓଙ୍କ ପକ୍ଷରୁ ସୂଚନା ମିଳିଛି।
ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗତ ଗୁରୁବାର ଗଳା କାଟି ହତ୍ୟା କରାଯାଇଥିଲା। ନିଖିଲ ନଗରରେ ଏଭଳି ଘଟଣା ଘଟିଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories