www.samajalive.in
Sunday, December 7, 2025
14.1 C
Bhubaneswar

ଏହି ଖାଦ୍ୟ ଖାଇବା ସମୟରେ ଧ୍ୟାନ ଦିଅନ୍ତୁ..

ଖାଦ୍ୟକୁ ସର୍ବଦା ସଠିକ ସମୟ ଖାଇବା ଦ୍ବାରା ଠିକ ଭାବେ ଭିଟାମିନ ଶରୀରକୁ ମିଳିଥାଏ। ବେଳେବେଳେ ଆମେ ଭୁଲ ସମୟରେ କିଛି ଖାଦ୍ୟ ପଦାର୍ଥ ଖାଇବା ଦ୍ବାରା ତାର କୁପ୍ରଭାବ ଶରୀର ଉପରେ ପଡିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ ..
କ୍ଷୀର :
କ୍ଷୀରରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।  ଏହାକୁ ଦିନରେ ପିଇବା ଦ୍ବାରା ଅଳସୁଆ ଅନୁଭବ ହୋଇଥାଏ। ତେଣୁ କ୍ଷୀରକୁ ରାତିରେ ପିଇବା ଦ୍ବାରା ସଠିକ ଭାବେ ନିଦ ହୋଇଥାଏ। ଏହାସହ ହଜମ ମଧ୍ୟ ଠିକ ଭାବେ ହୋଇଥାଏ।
ଦହି :
ରାତିରେ ଦହି ଖାଇବାକୁ ବାରଣ କରାଯାଇଛି। କାରଣ ରାତିରେ ଦହି ଖାଇବା ଦ୍ବାରା ଶରୀରର ଉଷ୍ମତା ବୃଦ୍ଧି ହୋଇଥାଏ। ଯାହାଦ୍ବାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ରାତିରେ ଦହି ଖାଇବା ଦ୍ବାରା ଥଣ୍ଡା ହେବା ସହ କଫ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଦହିକୁ ଦିନରେ ଖାଇବା ଦ୍ବାରା ଶରୀରକୁ ସଠିକ ପରିମାଣରେ ପୋଷକତତ୍ତ୍ବ ମିଳିଥାଏ। ଏହାସହ ହଜମ କ୍ରିୟା ସଠିକ ଭାବେ ହୋଇଥାଏ।
ଗ୍ରୀନ ଟି :
ଗ୍ରୀନ ଟି ପିଇବା ଦ୍ବାରା ଶରୀରକୁ ସତେଜ ଅନୁଭବ ହୋଇଥାଏ। ଏହା ଶରୀର ପାଇଁ ଉପକାରୀ ଅଟେ। କିନ୍ତୁ ଏହାକୁ ଠିକ ସମୟରେ ନ ପିଇବା ଦ୍ବାରା ଏସିଡିଟି ହୋଇଥାଏ। ତେଣୁ ସର୍ବଦା ସକାଳ ସମୟରେ ଗ୍ରୀନ ଟି ପିଇବା ଉଚିତ।
ସେଓ :
ଉତ୍ତମ ସ୍ବାସ୍ଥ୍ୟ ପାଇଁ ସମସ୍ତେ ସେଓ ଖାଇ ଥାଆନ୍ତି। ଏହାକୁ ଠିକ ସମୟରେ ନ ଖାଇବା ଦ୍ବାରା ପାକସ୍ଥଳୀରେ ଏସିଡର ପରିମାଣ ବୃଦ୍ଧି ହୋଇଥାଏ। ବିଶେଷ କରି ସେଓକୁ ରାତିରେ ଖାଇବା ଉଚିତ ନୁହେଁ। ଏହାକୁ ରାତିରେ ଖାଇବା ଦ୍ବାରା ଶରୀରରେ ଅମ୍ଳତ୍ବ ବୃଦ୍ଧି ପାଇଥାଏ। ତେଣୁ ଦିନ ବେଳା ସେଓ ଖାଆନ୍ତୁ।

କଦଳୀ :
ସାଧାରଣତଃ ରାତିରେ କଦଳୀ ଖାଇବା ଦ୍ବାରା ଥଣ୍ଡା ଓ କଫ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ଖାଲି ପେଟରେ କଦଳୀ ଖାଇବା ଦ୍ବାରା ପାକସ୍ଥଳୀରେ ସମସ୍ୟା ଦେଖା ଦେଇଥାଏ। ଦିନ ବେଳେ କଦଳୀ ଖାଇବା ଉଚିତ। କାରଣ ଏହା ଦିନରେ ସଠିକ ଭାବେ ହଜମ ହୋଇପାରେ। ଏହାସହ ଛାତି ଜଳାପୋଡା ସମସ୍ୟାରୁ ମୁକ୍ତି ଦେଇଥାଏ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories