www.samajalive.in
Saturday, December 6, 2025
26.1 C
Bhubaneswar

ରାତ୍ରୀ ଭୋଜନ ଶୀଘ୍ର କରୁଥିଲେ.. ମିଳେ ଏହି ଲାଭ

କର୍ମବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଖୁବ କମ୍‌‌ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ସଠିକ୍‌‌ ଧ୍ୟାନ ଦେଇଥାଆନ୍ତି। ଫଳରେ ଅନେକ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଦୈନିକ ଔଷଧ ସେବନ କରିବାକୁ ମଧ୍ୟ ପଡିଥାଏ। ମାତ୍ର ସଠିକ ସମୟରେ ସକାଳେ ଉଠିବା, ରାତିରେ ଶୋଇବା ଓ ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
ଦିନ ସାରା କାମ କରିବା ପରେ ରାତିରେ ସଠିକ ସମୟରେ ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଶୋଇବା ପାଇଁ ଭରପୁର ସମୟ ମିଳିଥାଏ। ଆପଣ ମଧ୍ୟ ସତେଜ ଅନୁଭବ କରିବେ।
ରାତ୍ରୀ ଭୋଜନ ଶୀଘ୍ର କରିବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଫଳରେ କୋଲେଷ୍ଟେରୋଲ୍‌‌ ଓ ମେଦବହୁଳତା ସମସ୍ୟା ହୋଇନଥାଏ। ଏହାଦ୍ୱାରା ହୃଦୟ ଜନିତ ସମସ୍ୟା ହୋଇନଥାଏ। ହୃଦୟ ସୁସ୍ଥ ରହିଥାଏ।
ବିଳମ୍ବିତ ରାତିରେ ଖାଦ୍ୟ ଖାଇ ତୁରନ୍ତ ଶୋଇବା ଦ୍ୱାରା ଏସିଡିଟି ସମସ୍ୟା ହୋଇଥାଏ। ଫଳରେ ଛାତି ଓ ଗଳାରେ ଜଳାପୋଡା ହୋଇଥାଏ।
ରାତିରେ ଶୀଘ୍ର ଭୋଜନ କରିବା ପରେ ୧୫ ମିନିଟ୍‌‌ ଚାଲନ୍ତୁ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଓଜନ ବୃଦ୍ଧି ହୋଇନଥାଏ।
ଶୀଘ୍ର ଖାଦ୍ୟ ଖାଇଲେ ଏହା ଭଲ ଭାବେ ହଜମ ହୋଇଥାଏ। ପାଚନ ସୁସ୍ଥ ରହିଥାଏ।
ରାତିରେ ଜଲଦି ଖାଇବା ପରେ ସଠିକ ସମୟରେ ଶୋଇବା ଦ୍ୱାରା ସକାଳେ ଆପଣ ସତେଜ ଅନୁଭବ କରିବା ସହ ଥକ୍କାପଣ ଅନୁଭବ ହୋଇନଥାଏ।
ଏହା ପେଟରେ ଯନ୍ତ୍ରଣା ଓ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ସଠିକ ସମୟରେ ଭୋଜନ କରନ୍ତୁ।
ରାତ୍ରୀ ଭୋଜନର ସଠିକ ସମୟ ୭ଟା ରୁ ୭ଟା୩୦ ହେବା ଉଚିତ। ରାତିରେ ଭୋକ ଲାଗିଲେ ଆପଣ ଫଳ କିମ୍ବା ଅନ୍ୟ ହାଲକା ଜିନିଷ ମଧ୍ୟ ସେବନ କରିପାରିବେ।

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories