www.samajalive.in
Saturday, December 6, 2025
26.1 C
Bhubaneswar

ନିୟମିତ ଜଳଖିଆ କରୁଥିବା ଲୋକଙ୍କୁ ରକ୍ତଚାପ ହେବାର ଆଶଙ୍କା ଯଥେଷ୍ଟ କମ୍

ଖାଦ୍ୟ ହିଁ ଶରୀରକୁ ଶକ୍ତି ଯୋଗାଇଥାଏ। ଭିଟାମିନ୍ସ ଓ ମିନେରାଲ୍ସ ଭରପୂର ଜଳଖିଆ ସମସ୍ତ ବର୍ଗର ଲୋକ କରିବା ଜରୁରୀ।
ପରଟା, ଉପମା, ଚୁଡ଼ା ସନ୍ତୁଳା, ଇଡ୍‌‌ଲି , ଦୋସା ଇତ୍ୟାଦି ଜଳଖିଆ ଭାବେ ଖାଇପାରିବେ। ଖାଲିପେଟରେ ଚା’ ଓ କଫି କିମ୍ବା ଫଳରସ ପିଅନ୍ତୁ ନାହିଁ। ଏହା କାରଣରୁ ଅମ୍ଳ ହେବାର ଭୟ ଥାଏ। ପେଟପୂରା ଜଳଖିଆ ଖାଇବା ପରେ ଆପଣ ଏହି ପାନୀୟ ପିଇପାରିବେ।
ସକାଳ ଜଳଖିଆ କଲେ ଦିନଯାକ ମୁଣ୍ଡବିନ୍ଧା ସମସ୍ୟା ମଧ୍ୟ ହୁଏନାହିଁ। ଯେଉଁଦିନ ଜଳଖିଆରେ ବିଳମ୍ବ କିମ୍ବା କୌଣସି କାରଣରୁ ଆମେ କରିପାରିନଥାଉ, ସେହିଦିନ ହିଁ ବିଭିନ୍ନ ପ୍ରକାର ଶାରୀରିକ ଅସୁସ୍ଥତା ଅନୁଭୂତ ହୋଇଥାଏ।
ଜଳଖିଆ ପେଟପୂରା କଲେ ଆମ ସ୍ମୃତିଶକ୍ତି ମଧ୍ୟ ବୃଦ୍ଧି ହୁଏ। ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ଏହି ଅଭ୍ୟାସ ପାଳନ କରିବା ଉଚିତ ।
ପୂରା ଦିନ ସତେଜ ରହିବାକୁ ଚାହୁଁଥିଲେ, ଜଳଖିଆ ଭଲଭାବରେ ଖାଇନିଅନ୍ତୁ। ପରୀକ୍ଷାରୁ ଜଣାପଡ଼ିଛି ଯେ ସକାଳ ଜଳଖିଆ ଖାଉନଥିବା ଲୋକଙ୍କୁ ହିଁ ମଧୁମେହ ଆକ୍ରାନ୍ତର ଆଶଙ୍କା ରହିଥାଏ।

ସକାଳ ଜଳଖିଆ ମସ୍ତିଷ୍କ ଉତ୍ତମ ପ୍ରଭାବ ପକାଇଥାଏ। ଏଣୁ ସମସ୍ତେ ଚୁଡ଼ା, ମୁଢ଼ି, ଚା-ରୁଟି ଅବା ଉପମା , ଯାହା କିଛି ପସନ୍ଦ, ତାହା ଖାଇବା ଭଲ।

- Advertisement -

ନିୟମିତ ଭାବେ ଜଳଖିଆ କରୁଥିବା ଲୋକଙ୍କୁ ରକ୍ତଚାପ ରୋଗ ହେବାର ଆଶଙ୍କା ଯଥେଷ୍ଟ କମ୍ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ପେଟ ଭର୍ତ୍ତି ରହିଲେ ଚିଡ଼ଚିଡ଼ାପଣ ମଧ୍ୟ ଲାଗେନାହିଁ ଓ ମନ ଶାନ୍ତ ରହେ। ଭୋକ ହେଉନଥିବା ଲୋକ ହିଁ ଶୀଘ୍ର ଅବସାଦର ଶିକାର ହୋଇଥାନ୍ତି।
ଏପରିକି ଜଳଖିଆ ନ ଖାଇଲେ ଯକୃତ ରୋଗ ହେବାର ଆଶଙ୍କା ସର୍ବାଧିକ।
ରାତ୍ରିଭୋଜନ ଓ ସକାଳ ଜଳଖିଆ ମଧ୍ୟରେ ଅତିବେଶୀ ବ୍ୟବଧାନ ରଖିବା ଅନୁଚିତ।
ବିଭିନ୍ନ ପ୍ରକାର ଖାଦ୍ୟ ମାନସିକ ଦୁଃଶ୍ଚିନ୍ତା ଦୂର କରିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଜଳଖିଆ, ଖରାବେଳର ଭୋଜନ ଓ ରାତ୍ରି ଭୋଜନରେ କିଛି ସ୍ୱତନ୍ତ୍ର ଖାଦ୍ୟ ଚିନ୍ତା ଦୂର କରିଥାଏ।
ଚିନ୍ତା ଓ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୁର ଖାଦ୍ୟ ସେବନ କରିବା ଉଚିତ। ମାଛ, ବାଦାମ,ପେସ୍ତା ବାଦାମ, ଓମେଗା-୩,ଫ୍ୟାଟି ଏସିଡ୍‌‌ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ଖାଆନ୍ତୁ। ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ଚିନ୍ତା ଦୂର କରିଥାଏ। ଏହାକୁ ସପ୍ତାହକୁ ୩ ରୁ ୪ ଥର ନିଶ୍ଚୟ ଖାଆନ୍ତୁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories