www.samajalive.in
Wednesday, December 10, 2025
16.1 C
Bhubaneswar

ମୋବାଇଲ ଚୋରି ଅଭିଯୋଗ; ୩ ଗିରଫ

ବଲାଙ୍ଗିର: ମୋବାଇଲ ଚୋରକୁ ଗିରଫ କଲା ବଲାଙ୍ଗିର ସହରାଞ୍ଚଳ ଥାନା ପୁଲିସ । ଅଭିଯୁକ୍ତ ନିକଟରୁ ୩ଟି ମୋବାଇଲ୍‌ ଫୋନ୍‌ ମଧ୍ୟ ପୁଲିସ ଜବତ କରିଛି । ସୂଚନା ଅନୁଯାୟୀ, ବଲାଙ୍ଗିର ବସ୍ ଟର୍ମିନାଲରେ ବେଲପଡା ବ୍ଲକ ଭୁଲିଆବନ୍ଧ ଗାଁର କାଳିଆ ବୁଡେକ ଶୋଇଥିଲେ । ଶୋଇଥିବା ସମୟରେ ତାଙ୍କ ମୋବାଇଲ ଚୋରି ହୋଇଯାଇଥିଲା । ଏନେଇ କାଳିଆ ସହରାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୁଲିସ ସିସି ଟିଭି ଯାଞ୍ଚ କରିଥିଲା ।

ପରେ ବସ୍ ଟର୍ମିନାଲକୁ ଚୋର ଜଣକ ଆସିଥିବା ବେଳେ ତାକୁ ପୁଲିସ କାବୁ କରିଛି । ଗିରଫ ଅଭିଯୁକ୍ତ ପୁଇଁନ୍ତଲା ଥାନା ସିକାବେହେଙ୍ଗା ଗାଁର ଅଜୟ ନାୟକ ବୋଲି ଜଣାପଡିଛି । ସେହିପରି ବଲାଙ୍ଗିର ସଦର ଥାନାରେ ଦିବ୍ୟ ଦେବାଶିଷ ଶତପଥୀ, ଶାନ୍ତନୁ ସେଠ ଓ ମୁରଲୀ ପ୍ରଧାନ ମଧ୍ୟ ମୋବାଇଲ ଚୋରି ହୋଇଥିବା ଅଭିଯୋଗ କରିଥିଲେ ।

- Advertisement -

ସଦର ପୁଲିସ ଖୋଳତାଡ କରି ୬ଟି ମୋବାଇଲ ଜବତ କରିବା ସହ ଚିମନିଭାଟି ପଡାର ଅଭିରାଜ ଠାକୁର ଓ ଶ୍ରୀତମ ବରାଡକୁ ଗିରଫ କରିଥିଲା। ଅନ୍ୟଜଣେ ଅଭିଯୁକ୍ତ ସିତୁ ସ୍ବାଇଁକୁ ପୂର୍ବରୁ ପୁଇନ୍ତଲା ପୁଲିସ ଗିରଫ କରିଥିବା ଜଣାପଡିଛି । ଅଭିଯୋଗକାରୀଙ୍କ ମୋବାଇଲ ଫେରସ୍ତ କରାଯାଇଛି ଓ ସହରାଞ୍ଚଳ ପୁଲିସ ୩ ଗିରଫଙ୍କୁ କୋର୍ଟ ଚାଲାଣ କରିଥିବା ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories