www.samajalive.in
Wednesday, December 10, 2025
16.1 C
Bhubaneswar

ଆଉଟ୍‌ ସୋର୍ସିଂ ଓ ଅସ୍ଥାୟୀ କର୍ମଚାରୀ ସଂଘର ମିଳିତ ବୈଠକ; ସ୍ଥାୟୀ ଚାକିରି ଦାବି

ବଲାଙ୍ଗିର: ସ୍ଥାନୀୟ ଯାଦବ ଭବନ ସଭାଗୃହ ଠାରେ ଜିଲାର ବିଭିନ୍ନ ବିଭାଗର ଅସ୍ଥାୟୀ ଓ ଆଉଟ୍‌ ସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସମସ୍ତ ପ୍ରକାର ଆଉଟ ସୋର୍ସିଂ ଚାକିରି ପ୍ରଥାର ମୂଳୋତ୍ପାଟନ ପୂର୍ବକ ସମସ୍ତଙ୍କୁ ସ୍ଥାୟୀ କରିବା ପାଇଁ ଉକ୍ତ ବୈଠକରେ ଦାବି ହୋଇଥିଲା । ସମାନ କାମକୁ ସମାନ ଦରମା ଲାଗୁ କରିବାକୁ କର୍ମଚାରୀମାନେ ମତ ରଖିଥିଲେ । ଏଥିରେ ପ୍ରାୟ ୨୦ଟି ବିଭାଗର ଶତାଧିକ ସଂଖ୍ୟକ ଅସ୍ଥାୟୀ ଓ ଆଉଟ୍‌ ସୋର୍ସିଂ କର୍ମଚାରୀ ଯୋଗ ଦେଇଥିଲେ ।

ସରକାରଙ୍କୁ ନିଜର ନ୍ୟାର୍ଯ୍ୟ ଦାବି ଜଣାଇବା ପାଇଁ ଆଗାମୀ ଦିନର କାର୍ଯ୍ୟପନ୍ଥା ସକାଶେ ବୈଠକରେ ଆଲୋଚନା ହୋଇଥିଲା । କର୍ମଚାରୀମାନେ ଦଶନ୍ଧି ଧରି କାର୍ଯ୍ୟ କଲା ପରେ ମଧ୍ୟ ସ୍ଥାୟୀ ନ ହୋଇ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି କୁତ୍ସିତ ଶୋଷଣ ପ୍ରଥାକୁ ବନ୍ଦ କରି ମୁଖ୍ୟମନ୍ତ୍ରୀ ନିଜସ୍ୱ ଘୋଷଣା ମୁତାବକ ସମସ୍ତ ଆଉଟ୍‌ ସୋର୍ସିଂ ଓ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରନ୍ତୁ ବୋଲି ବୈଠକରେ ଦାବି କରାଯାଇଥିଲା ।  ଆର୍ତ୍ତତ୍ରାଣ ସାହୁ, କଳିଙ୍ଗ ସୁନା, ଆଶୁତୋଷ ବେହେରାମାଳୀ, ରଞ୍ଜନ ସାହୁ, ରବିନ୍ଦ୍ର ବେହେରା, ରାଜେଶ ଝାଙ୍କର, ଅଭିଳାଷ ମିଶ୍ର, ରଶ୍ମି ରଞ୍ଜନ ହୋତା, ନିରୋଜ ମିଶ୍ର ପ୍ରମୁଖ ସଭା ପରିଚାଳନା କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories